Img 20250924 wa0160

ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

ରାଜ୍ୟ
ବାରିପଦା: ଗତ କିଛି ଦିନ ଲଗାଣ ବର୍ଷା ଲାଗି ରହିଛି ।ବିଲ,ବାଡି,ଖାଲ,ମଞ୍ଜୁରୀ,ନଦୀ ,ନାଳ ପାଣି ଭରପୁର ।ମାଛ ମଧ୍ୟ ବିଲରୁ ବାହାରି ଯାଉଛନ୍ତି ।ମାଛ ଧରିବା ପାଇଁ ଗାଁ ଗଣ୍ଡାରେ ଲୋକେ ମେଲେରିଆ ମଶା କୁ ଜାଲ କରି ଗାଁ ଲୋକେ ବିଲରେ ବସାଇ ମାଛ ଧରୁଛନ୍ତି ।ଖଇଁଚି,ଖୋଲ,ଅନ୍ଧୁଲି ଦାମ ବହୁତ ଏଵଂ‌ ତାହା ଵର୍ଷେ ଦୁଇ ବର୍ଷରେ ନଷ୍ଟ ହୋଇଯାଉଛି ।କିନ୍ତୁ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ତରଫରୁ ମେଲେରିଆ ନିରାକରଣ ପାଇଁ ଯେଉଁ ଔଷଧୀୟ ମଶାରି ଦିଆଯାଉଛି ତାହା ଟାଣ,ହାଲୁକା,ଶକ୍ତ ଏବଂ‌ ଛିଡୁନାହିଁ ।ଲୋକେ ଘରେ‌ ମେଲେରିଆ ମଶା କାମୁଡା ରୁ ରକ୍ଷା ନିମନ୍ତେ ମଶାରି ଟାଙ୍ଗିବା ବଦଳରେ ବିଲରେ ,ନାଳରେ ମଶାରିକୁ ଜାଲ କରି ମାଛ ଧରୁଛନ୍ତି ।ମୟୂରଭଂଜ ଜିଲ୍ଲାର  ଭାଲୁଵସା ପଞ୍ଚାୟତର ସୁନାପୋଷୀ ଗ୍ରାମର ପିଥ ମୁର୍ମୁ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଉଠାଣି ମାଛ ଧରିବା ପାଇଁ‌ ଵିଲରେ  ମଶାରି  ମାଛ ଜାଲ ବସାଇଥିଲେ ।ସେ ଖରାବେଳେ ବିଲରେ ଯାଇ ଜାଲ ରେ ଦେଖନ୍ତି ତ ଵିରାଟକାୟ‌ ୧୨ ଫୁଟିଆ ଅଜଗର ସାପ ପଡ଼ି ଭିଡି ମୋଡି ହୋଇ ଛଟପଟ ହେଉଛି ।ସେ ଓ ଗ୍ରାମବାସୀ ରାଇରଙ୍ଗପୁର ଵନାଞ୍ଚଳ‌ କାର୍ଯ୍ଯାଳୟକୁ ଖବର‌ ଦେଇଥିଲେ ।ରାଇରଙ୍ଗପୁର ବନ୍ୟାଞ୍ଚଳ ଅଧିକାରୀ ଜ୍ଯୋତିରଞ୍ଜନ ସେନାପତି ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର‌କରି  ଦୁବୁଲାବେଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।
Shrutilipi ad