ବାରିପଦା – ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଗମ୍ଭାରିଆ ପଞ୍ଚାୟତର କଣ୍ଟାଶୋଳା,ଜଗନ୍ନାଥପୁର,ବରଗିଡିହି ,ପାହାଡ଼ପୁର ଗ୍ରାମକୁ ସରକାରଙ୍କ ଗ୍ରାମାଞ୍ଚଳ ବସ ସେବା ଅପହଞ୍ଚ ।ଵରଗିଡିହି ଗ୍ରାମରେ ୬୦୦ ରୁ ଉର୍ଦ୍ଧ ଲୋକେ ବସବାସ କରୁଛନ୍ତି ।ଵରଗିଡିହିରୁ ଗମ୍ଭାରିଆ ପଞ୍ଚାୟତ କାଯ୍ଯାଳୟ ସୁଦୂର ୫ କିମି ।ସାଧାରଣ ଜନତା ୫ କିମି ଆସି ପୁଣି ଗମ୍ଭାରିଆରୁ ବହଳଦା ବ୍ଳକ କାର୍ଯ୍ୟାଳୟ ୭ କିମି ଦୂର ଅଟେ ।ଜଣେ ୫ କିମି ଆସି ଗମ୍ଭାରିଆରୁ ବ୍ଳକ ଯିବାପାଇଁ ପରିବହନ ସେବା ଉପରେ ନିର୍ଭର କରେ ।କିନ୍ତୁ ବରଗିଡିହି ରୁ ଗମ୍ଭାରିଆ କୁ ଆସିବାକୁ ପରିବହନ ସେବା ନଥିବାରୁ ଛାତ୍ରଛାତ୍ରୀ ମହିଳା,ରୋଗୀ, ବୟସ୍କ ଲୋକେ ଙ୍କୁ ନାହିଁ ନଥିବା ହଇରାଣ ହରକତ ହେବାକୁ ପଡୁଛି ।ତେଣୁ ଵରଗିଡିହି ଗ୍ରାମବାସୀ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ଯେପରିକି ବରଗିଡିହିରୁ ଗ୍ରାମାଞ୍ଚଳ ପରିବହନ ସେବା ତୁରନ୍ତ ଯୋଗାଇଦେବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

