Kalinga ghati.1 1

ବାଦଲଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା

ରାଜ୍ୟ

କନ୍ଧମାଳ:  ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇହୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସିଯାଇଥିଲା। ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ କଳିଙ୍ଗା ଘାଟିରେ ବହୁ ଗାଡ଼ିମୋଟର ଫସି ରହିଥିଲା। ସେପ୍ଟେମ୍ବର ୧୮ ତାରିଖରେ ୩ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଥିଲା। ମାତ୍ର ସୋମବାର ପୁର୍ନବାର ବାଦଲ ଫଟା ବର୍ଷା ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ସବୁକୁ ଧୋଇନେଇଯାଇଛି। ତେବେ ଭୂସ୍ଖଳନ ପରଠାରୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

Shrutilipi ad