ବାରିପଦା : ଏହିପରି ଏକ କରୁଣ ଓ ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ପୁରିନ୍ଦା ପଞ୍ଚାୟତ ର ସଂସା ଗାଁ ରେ ଆଜି ଦ୍ବିପହରରେ ଗଣେଶ ମହାନ୍ତ ନାମକ ୪୫ ବର୍ଷୀୟ ଜଣେ ବ୍ୟକ୍ତି ସାମାନ୍ୟ କଥା ରୁ ଉକ୍ଷିପ୍ତ ହୋଇ ନିଜ ସ୍ତ୍ରୀ ସତ୍ୟଭାମା କୁ ମାଡ଼ ମାରିଥିଲା । ସ୍ଵାମୀ ଗଣେଶ ସ୍ତ୍ରୀ ଖଟିଆର ଶୋଇଥିବା ବେଳେ ଏକ ଠେଙ୍ଗାରେ ତାର ମୁଣ୍ଡକୁ ଶକ୍ତ ପ୍ରହାର କରିଥିବା ଯୋଗୁ ଏହି ଅତ୍ୟାଧିକ ରକ୍ତସ୍ରାବ ହୋଇ ସ୍ତ୍ରୀ ର ମୃତ୍ୟୁ ହୋଇଛି ।
ମୃତ ମହିଳା ଙ୍କ ଝିଅ ଏବଂ ପୋଡଶି ଜଂଗଲ କୁ କାଠ ଗୋଟେଇବାକୁ ଯାଇଥିବା ସ୍ୱାମୀ ଏକାକୀ ପାଇ ଏହିପରି କାଣ୍ଡ ଭିଆଇ ଥିବା କୁହାଯାଉଛି। ଗ୍ରାମବାସୀ ବେତନଟୀ ପୋଲିସ କୁ ଖବର ଦେବା ରୁ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଭିଯୁକ୍ତ ସ୍ୱାମୀ ଗଣେଶ ମହାନ୍ତ ଅଟକ ଥିବା ଜଣା ପଡିଛି।

