Bhimabhoi medical

ରାସ୍ତା ମଝିରେ ଅଚଳ ହେଲା ଆମ୍ବୁଲାନ୍ସ, ଛଟପଟ ରୋଗୀ

ରାଜ୍ୟ

ପାଟଣାଗଡ: ରାସ୍ତା ମଝିରେ ଅଚଳ ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବାବେଳେ ଅଧା ବାଟରେ ଆମ୍ବୁଲାନ୍ସଟି ଅଚଳ ହୋଇପଡିଛି। ବଲାଙ୍ଗୀର ଜିଲ୍ଲା ବେଲପଡା ଅଞ୍ଚଳର ବିଷ୍ଣୁ ବୁଡେକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ହେଲେ ଗୋଟେ କିଲୋମିଟର ଯିବା ପରେ ଭରୁଆମୁଣ୍ଡା ଗାଁ ପାଖରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଆଉ ଷ୍ଟାର୍ଟ ହୋଇନଥିଲା। ଫଳରେ ରୋଗୀ ଜଣକ ଅଧାରାସ୍ତାରେ ଛଟପଟ ହୋଇଥିଲେ। ବାଧ୍ୟ ହୋଇ ପରିବାର ଲୋକେ ବିଷ୍ଣୁଙ୍କୁ ଭଡା ଗାଡି କରି ହସ୍ପିଟାଲକୁ ନେଇଥିଲେ।

Shrutilipi ad