Img 20250919 wa0171

ପାନୀୟ ଜଳ ସମସ୍ୟା ପାଇଁ ବିଜାତଳା ବ୍ଲକ ରେ ତାଲା!

ରାଜ୍ୟ
  • ୩ ଘଣ୍ଟା ପରେ ପାନୀୟ ଜଳ ଦୁଇ ଗାଁକୁ ମିଳିବା ପରେ ତାଲା ଖୋଲା ଗଲା
  • ମାସା ସଙ୍ଘଠନ ଏବଂ ଦୁଇ ଗ୍ରାମବାସୀ ମିଶିକି ତାଲା ବନ୍ଦ କରିଥିଲେ
  • ମାସା ସଂଘଠନ ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ ନେତୃତ୍ୱ ରେ ଯୋଡାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ଙ୍କୁ ପାନୀୟ ଜଳ ମିଳିଲା
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବିଜାତଳା ପଞ୍ଚାୟତ ଅଧୀନସ୍ଥ ଯୋଡ଼ାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ବସୁଧା ପାଣିରୁ ବଞ୍ଚିତ   ଥିଲେ l l ବିଜାତଳା ହାଇସ୍କୁଲ ରେ ବସୁଧା ଟାଙ୍କି ଅଛି l ହେଲେ କିଛି ଦିନହେଲା ପାଇ ଫାଟି ଯିବାରୁ  ଜଳ ଗ୍ରାମବାସୀଙ୍କ ପାଖରେ ପଲ ପହଞ୍ଚି ପାରୁ ନ ଥିଲା   l କିନ୍ତୁ ୧୭/୯/୨୫ ତାରିଖରେ  ପାଇପ କୁ ଟିୟୁବ ସାହାଯ୍ୟ ରେ ବାନ୍ଧା ଯିବାପରେ ଯୋଡ଼ାପୋଖରୀ ଗାଁକୁ ଅଳ୍ପ ଅଳ୍ପ ପାଣି ଯାଉଛି କିନ୍ତୁ ଭାଲକିଚୁଆ ଗାଁବାସୀ  କୁ ୮ ଦିନ ହେଲା ପାନୀୟ ଜଳ ପାଇଁ ପାରୁ ନ ଥିଲେ l ଏପରିକି ଭାଲିକିଚୁଆ ସ୍କୁଲ ପିଲାମାନେ  ଗାଡ଼ିଆ ପାଣି ବ୍ୟବହାର କରୁଥିଲେ lଏହି ବିଷୟରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଦାବି, ଗୁହାରି ପରେବି ବିଫଳ  ହେଉଥିଲେ l ଆଜି ମାସା ସଂଘଠନ ର ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ ନେତୃତ୍ୱ ରେ ଯୋଡାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ପାଇଁ ବିଜାତଳା ବ୍ଲକ ରେ ଫାଟକ ରେ ତାଲା ଲଗାଇ ଦେଇଥିଲେ l ବିଜାତଳା ବ୍ଲକ ରେ ତାଲା ପକାଇବା ପରେ ପ୍ରଶାସନ ର ନିଦ ହଜିଗଲାl l  ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପାଇପ କାମ  ୩ଘଣ୍ଟା ଅଲାପରେ ଦୁଇ ଗାଁକୁ ପାନୀୟ ଜଳ ମିଳିଲା ଏବଂ ତାଲା ବି ଖୋଲା ଗଲା l ଏହି ତଳବନ୍ଦ ରେ ଗ୍ରାମବାସୀଙ୍କ ସମେତ ମାସା ସଂଘଠନ ଜିଲ୍ଲା ସଭାପତି ରାମ ମୁର୍ମୁ, ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ, ବାମନଘାଟି ସମ୍ପାଦକ ମାସାଙ୍ଗ ହେମ୍ବ୍ରମ,  ଜଗନ୍ନାଥ ମୁର୍ମୁ, ଲଷ୍ମଣ ଟୁଡୁ ଏବଂ ଦୁଇ ଗ୍ରାମବାସୀ ସାଲଖୁ ମାଝୀ, ପୂର୍ତ୍ତୃ ମାଝୀ, ପୂର୍ମାଲ ଟୁଡୁ, ସିଙ୍ଗ ହାଁସଦା, ମାନିଜ ସୋରେନ, ସୁମତି ଟୁଡୁ, ନାଗି ମୁର୍ମୁ, କାପୁରା ସୋରେନ ପ୍ରମୁଖ ଉପସ୍ଥିତ  ଥିଲେ l
Shrutilipi ad