Img 20250918 wa0173

ନୂଆ ଗାଁର ହୁଟୁବ ସାହି ରାସ୍ତା କାଦୁଅ ପଚପଚ, ନେତା ମାଳମାଳ କାମ ଦୁର୍ବଳ

ରାଜ୍ୟ
ବାରିପଦା  :  ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ରେ ନେତା ମାଳ ମାଳ କାମ ଦୁର୍ବଳ | ଏହି ପଂଚାୟତ ବିଜେଡି ର ବିଜାତଳା ବ୍ଲକ ସଭାପତି,ବିଜାତଳା ପଂଚାୟତ ସମିତି ଉପାଧ୍ୟକ୍ଷା ଏବଂ ଜିଲ୍ଲାପରିଷଦ ଏହି ପଂଚାୟତ ବାସୀ ଏବଂ ସରପଞ୍ଚ ତ ନୂଆଗାଁ ର  ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର  ନୂଆଗାଁର ହୁଟୁବ ସାହି ରୁ  ରାସ୍ତା ବେହାଲ |  ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି |
Shrutilipi ad