Img 20250918 wa0146 (1)

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ସଚିବଙ୍କ ୨ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ରାଜ୍ୟ
ବାରିପଦା :  କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ସଚିବ ଶ୍ରୀ ନିହାର ରଞ୍ଜନ ଦାଶ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଳାରେ ରାଜସ୍ବ ବିଭାଗ ଅଧୀନରେ ଚାଲିଥିବା ରାଜସ୍ବ ସମ୍ଭନ୍ଧିତ  କାର୍ଯ୍ୟର  ସମୀକ୍ଷା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, କରଞ୍ଜିଆ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ଦାସ  ପ୍ରମୁଖ ଯୋଗଦାନ କରିଥିଲେ।
ଏହି ସମୀକ୍ଷା ସମୟରେ ମୁଖ୍ୟତଃ ରାଜସ୍ୱ ସମ୍ବନ୍ଧିତ ଯଥା ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ଜମିଜମା ମାମଲା, ବିଭିନ୍ନ ସାର୍ଟିଫିକେଟ, ଭୂମିହୀନ ପଟ୍ଟା, ଜଙ୍ଗଲ ଜମି ପଟ୍ଟା, ମିଉଟେସନ, ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନ, ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ, ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ଇତ୍ୟାଦି ବିଭିନ୍ନ ପ୍ରକାର  ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ।
ଏତଦ ବ୍ୟତୀତ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଥିବା ଟ୍ରାଇଙ୍ଗୁଲାର କମିଟି ବୈଠକରେ ଯୋଗ ଦେଇ ବୋର୍ଡ଼ ଅଫ ରେଭିନ୍ୟୁ, କଟକଙ୍କ ଅଡିଟ ରିପୋର୍ଟ ଉପରେ ସମୀକ୍ଷା କରିବା ସହିତ ଅଡିଟ ପାରା ଗୁଡିକ କିପରି ସେଟେଲ ହୋଇ ଡ୍ରପ ହୋଇପାରିବ ସେବିଷୟରେ ଅଧିକାରୀଙ୍କ ସହିତ ବିଚାର ବିମର୍ଶ କରିଥିଲେ।
ସମୀକ୍ଷା ପରେ  ଶ୍ରୀ ଦାଶ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଲୋକଙ୍କ ପ୍ରତିଟି ଅଭିଯୋଗ ଓ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ତଥା ସକାରାତ୍ମକ ମନଭାବ ନେଇ  ସମାଧାନ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନାରୁ ପ୍ରକୃତ ହିତାଧିକାରୀ ଯେପରି ବଞ୍ଚିତ ନହୁଅନ୍ତି ସେଥି ପ୍ରତି ଧ୍ୟାନ ଦେଇ ଦାୟିତ୍ବର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ  କହିଥିଲେ।
ଏହି ଅବସରରେ ଉପଦେଶ ଛଳରେ ଏକ ପଂକ୍ତିର ଉଦାହରଣ ଦେଇ  ” ଦୈତାରୀ ସାହୁ, ଯେମିତି ଥିଲା ସେମିତି ଥାଉ ”  ଏପରି ମନଭାବକୁ ସଦା ସର୍ବଦା ପରିହାର କରିବା ସହ ନିଜ ଭିତରେ ସେବା କରିବା ମନବୃତ୍ତି ନେଇ  ସମସ୍ତେ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ
ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ବ ବିଭାଗର ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ କ୍ଷେତ୍ର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Shrutilipi ad