Assembly 1068x601

ବିଧାନସଭାରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି, ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ରାଜ୍ୟ

ଭୁବେନଶ୍ବର: ବିଧାନସଭା ପରିସରରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି ହୋଇଛି। ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ ଶାର୍ଟ ଚୋରି ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି। ତାଙ୍କ ଜିନିଷ ଫେରାଇଦେବା ଲାଗି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖି ଦାବି କରିଛି।

ଚିଠିରେ ଦର୍ଶାଯାଇଛି ଯେ, ଗତ ମାର୍ଚ୍ଚ ୨୬ ତାରିଖ ରାତି ପ୍ରାୟ ସାଢ଼େ ୨ଟାରେ ରାମଚନ୍ଦ୍ରଙ୍କ ଦାମୀ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ କରାଯାଇଥିଲେ ସୁଦ୍ଧା କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଅବଗତ କରାଯାଇ ନାହିଁ କି ତାଙ୍କ ଜିନିଷ ଏପର୍ଯ୍ୟନ୍ତ ଫେରସ୍ତ କରାଯାଇ ନାହିଁ। ତେଣୁ ଚୋରି ସାମଗ୍ରୀ ଉଦ୍ଧାର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଦାବି କରାଯାଇଛି।

Shrutilipi ad