Img 20250917 wa0249

“ଏକ ପେଡ ମା’ କେ ନାମ-୨.୦” ଅଭିଯାନରେ ବାରିପଦା ବନଖଣ୍ଡ ପକ୍ଷରୁ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା: ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ କ୍ରମେ”ଏକ ପେଡ ମା’କେ ନାମ-୨. ୦” ବା “ମା’ ପାଇଁ  ଗଛଟିଏ” ର ଦ୍ଵିତୀୟ ସଂସ୍କରଣ ଅଭିଯାନ ଦେଶବ୍ୟାପୀ ଜୁନ ୫ତାରିଖ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଛି।  । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଶୁଭ ଜନ୍ମଦିନ ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନ କ୍ରମେ ଓଡିଶାବାସୀଙ୍କ ତରଫରୁ ତା’ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିକାଶ ପାଇଁ ତା’ଙ୍କର ନିଷ୍ଠା କୁ ସମ୍ମାନ ଜଣାଇ ଜନ୍ମଦିନ ଉପହାର ସ୍ୱରୂପ ଆଜି ଗୋଟିଏ ଦିନରେ ମୟୁରଭଞ୍ଜ ଜିଲ୍ଲା ରେ ୧ ଲକ୍ଷ ରୁ ଅଧିକ ଚାରାରୋପଣ କରାଯାଇ ମୋଦିଜୀଙ୍କୁ ଅଭିନନ୍ଦନ ଜଣାଯାଉଛି।
ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ବନଖଣ୍ଡ ଆନୁକୂଲ୍ୟରେ ଦେଉଳି ବନାଞ୍ଚଳ ସ୍ଥିତ ଜମ୍ଭୀରା ଡ୍ୟାମ ନିକଟରେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ପୌରହିତ୍ୟରେ ଏକ ଦିବସୀୟ ବୃହତ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ,  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଶ୍ରୀ କାନ୍ଦ୍ରା ସୋରେନ, ପୂର୍ବତନ ବିଧାୟକ,  ଶ୍ରୀ ବିବେକାନନ୍ଦ ପଟନାୟକ, ପରିବେଶବିତ, ଶ୍ରୀ  ସଞ୍ଜୟ ଚୌଧୁରୀ, ସଭାପତି, ଆମେ ମୟୁରଭଞ୍ଜିଆ ଏବଂ ଶେଖ ମେହେରବାନ ଅଲ୍ଲୀ, ସହକାରୀ ବନ ସଂରକ୍ଷକ, ବାରିପଦା ତଥା ଦେଉଳି ବନାଞ୍ଚଳ ଅଧିକାରିଣୀ, ଶ୍ରୀମତୀ ଭାଗ୍ୟଶ୍ରୀ ଦାସ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି ଅଭିଯାନରେ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ, ଅଭିଭାବକ, ବନ ସଂରକ୍ଷଣ ସମିତିର ସଦସ୍ୟ ଓ ସଦସ୍ୟ।  ତଥା ଅଙ୍ଗନ ବାଡ଼ି କେନ୍ଦ୍ର ଗୁଡିକର ମା ଓ ଭଉଣୀ ଏବଂ ନିକଟସ୍ଥ ଗ୍ରାମ ବାସି ମାନେ ଯୋଗଦାନ କରିଥିଲେ ।
ଏହି ଅବସରରେ ବାରିପଦା ବନଖଣ୍ଡରେ ପାଖାପାଖି ୪୧ଏକର ପରିମିତ ଜମିରେ ବିଭିନ୍ନ ପ୍ରକାର ୨୦୩୫୦ ହଜାର ଚରାରୋପଣ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି “ମା ପାଇଁ ଗଛ ଟିଏ” ।  ମା’ କହିଲେ ଆମେ ୨ ଜଣଙ୍କୁ ମାନିଥାଉ। ଜଣେ ନିଜ ଜନ୍ମଦାତ୍ରୀ ଓ ଅନ୍ୟ ଜଣେ ଧରିତ୍ରୀ ମାତା। ନିଜ ମା ପ୍ରତି ସ୍ନେହ, ଭଲ ପାଇବା ପ୍ରଦର୍ଶନ ସହିତ ଧରିତ୍ରୀ ମାତାଙ୍କ ସୁରକ୍ଷା, ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ । ଆମେ ପ୍ରତ୍ୟେକ ସେଥିପାଇଁ ଯତ୍ନବାନ ହେବା ଉଚିତ। ସମ୍ପ୍ରତି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଅବଶ୍ୟମ୍ଭାବି ହୋଇପଡିଛି। ତେଣୁ ମା ପ୍ରତି ସମ୍ମାନ ଜଣାଇବା ସହ ଧରିତ୍ରୀ ମାତାର ସୁରକ୍ଷା ପାଇଁ ଗଛଟିଏ ନିଶ୍ଚୟ ଲଗାଇବା ଏବଂ ଉପଯୁକ୍ତ ଯତ୍ନ ନେଇ ଏହାକୁ ବଞ୍ଚାଇ ବଡ କରିବା ।ଏହି ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ, ସୁନ୍ଦର, ସୁସ୍ଥ ପୃଥିବୀ ଗଢିବାରେ ସହାୟକ ହେବା ।
Shrutilipi ad