Bbsr ledy constable

ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

ଅପରାଧ ରାଜ୍ୟ

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍‌ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍ ଅଭିଯୁକ୍ତ ଦୀପକକୁ ମୃତଦେହ ପୋତାଯାଇଥିବା ସ୍ଥାନକୁ ନେଇ ସିନ୍ ରିକ୍ରିଏସନ୍ କରିବା ପରେ ମାଟି ତଳୁ ମୃତଦେହକୁ ବାହାର କରିଛି। ଅଭିଯୁକ୍ତ ଜଣକ ଶୁଭମିତ୍ରାଙ୍କ ମାରିଥିବା ସ୍ଵୀକାର କରିଛି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଦୀପକର ମାଉସୀ ପୁଅ ଭାଇକୁ ଗିରଫ କରାଯାଇଛି। ଏବଂ ମୃତଦେହ ନେଇଥିବା କାର୍‌ ମଧ୍ୟ ପୁଲିସ୍‌ ଜବତ କରିଛି। ସେପଟେ ଏହାକୁ ନେଇ ପୁଲିସ କମିଶନର ଏସ୍‌.ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତର ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ମାତ୍ର ରିପୋର୍ଟ ଆସି ନାହିଁ। ଅଭିଯୁକ୍ତ ଦୀପକ ଶୁଭମିତ୍ରାଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଫେରାଉ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିବା ଜଣାପଡିଛି। ଉଭୟ ୨୦୨୪ରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିଥିବାରୁ ଶୁଭମିତ୍ରା ବିବାହକୁ ସର୍ବସମ୍ମୁଖକୁ ଆଣିବା ପାଇଁ ଭୋଜି ପାଇଁ ଜିଦ୍‌ କରି ଟଙ୍କା ମାଗିବାରୁ ଝଗଡା ବଢିଥିଲା। ଶେଷରେ ଦୀପକ ତାଙ୍କୁ ହତ୍ୟା କରିଥିଲା । ପୁଲିସ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Shrutilipi ad