୧

ବର୍ଷା ଯୋଗୁ ମାନ୍ଦା ହୋଇପାରେ ଦଶହରା ; ୨୫ ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ରାଜ୍ୟ

ଭୁବନେଶ୍ବର: ଆସନ୍ତା ୨୫ ବା ୨୬ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏ‌କ ଲଘୁଚାପ ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ବା ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ତାହା ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି। ଏହା ମଧ୍ୟମ ଧରଣର ବର୍ଷା କରାଇବ ।

୨୯ ତାରିଖରେ ଅବପାତଟି ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ। ୨୯ ତାରିଖରେ ମଧ୍ୟ ବର୍ଷା ହୋଇପାରେ। ୩୦ ତାରିଖ ପରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି।

ଏପଟେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲାରେ ୟଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । ବିଜୁଳି ଘଡଘଡି ବର୍ଷା ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ହେବାର ପୂର୍ବାନୁମାନ ରହିଛି। ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ବେଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି ।

Shrutilipi ad