ଭୁବନେଶ୍ୱର: ନିକଟରେ ଜିଏସ୍ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ସଂଶୋଧିତ ଜିଏସ୍ଟି ହ୍ରାସକୁ ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହିତ ସଂଶୋଧିତ ନୂତନ ମୂଲ୍ୟ (ଏମଆରପି) ତୁରନ୍ତ ଉଲ୍ଲେଖ କରିବାକୁ କହିଛନ୍ତି ।

