ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ହୋମ୍ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା ଦୃଷ୍ଟିଗୋଚର ହୋଇଛି । ତେଣୁ ଚଳିତବର୍ଷ ସେପ୍ଟେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଓଏମଆର ଜିକେ ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ସପ୍ତାହେ ମଧ୍ୟରେ ଅର୍ଥାତ୍ ଆସନ୍ତା ୨୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କ ଥାନା ବା ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ, ଛତ୍ରପୁରରେ ଅଭିଯୋଗପତ୍ର ଦାଖଲ କରି ଦକ୍ଷତା ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯାଇଛି ।

