Img 20250914 wa0210

ଜାତୀୟ ନାଟ୍ୟ ମହୋତ୍ସବର ଶେଷ ସନ୍ଧ୍ୟାରେ ଆମେ ବାରିପଦାର ନାଟକ 

ରାଜ୍ୟ
ବାରିପଦା : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ୯ ଦିନ ବ୍ୟାପୀ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଆମେ:ବାରିପଦା ପ୍ରସ୍ତୁତ ନାଟକ “ଅଭିଯାନ” ମଞ୍ଚସ୍ଥ ହୋଇଯାଇଛି I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ନାଟକ ମହୋତ୍ସବର ପରିକଳ୍ପନା ଓ ସଫଳତା ପାଇଁ ଆମେ:ବାରିପଦାର ପ୍ରୟାସ ପାଇଁ ବେଶ ପ୍ରଶଂସା କରିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ମୟୁରଭଞ୍ଜ କଳା ସଂସ୍କୃତି ବଞ୍ଚି ରହିବା ପାଇଁ ନାଟକର ଭୂମିକା ଉପରେ ଆଲୋକପାତ କରିଥିଲେ I ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପ୍ରତିଷ୍ଠିତ ପ୍ରତିଭାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା I ତତସହିତ ନାଟ୍ୟ ମହୋତ୍ସବର ସ୍ମରଣିକା “ନାଟ୍ୟ ସଙ୍ଗମ” ଉନ୍ମୋଚିତ ହୋଇଥିଲା I ସତ, ନ୍ୟାୟ, ଧର୍ମରେ ଚାଲୁଥିବା ମଣିଷଟି ସବୁ ସମୟରେ ବହୁ ବାଧାବିଘ୍ନ ତଥା ନିର୍ଯାତନାର ଶିକାର ହୋଇଥାଏ I ଏହି ସଂଘର୍ଷ ଭିତରେ ହାରିଯାଉଥିବା ମଣିଷଟି ବେଳେବେଳେ ନିଜର ଜୀବନ ମଧ୍ୟ ହରାଇଦିଏ I ଏହି ବିଷୟବସ୍ତୁ ଉପରେ ଆଧାରିତ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ଜ୍ଞାନ ରଞ୍ଜନ ପଣ୍ଡା, ସୁଜୟ ମହାନ୍ତି, ଜ୍ୟୋତିଶଙ୍କର ପଟ୍ଟନାୟକ, କୁନ୍ଦନଲାଲ ଭଞ୍ଜ, ପ୍ରଦୀପ ସରଘରିଆ, ଅରୁଣ କୁମାର ମହାନ୍ତ, ସତ୍ୟନାରାୟଣ ପରିଡା, ରାଜୀବ କୁମାର ପାତ୍ର, ଗୋକୁଳ ଦାସ, ଅନ୍ୱେଷିତା ତ୍ରିପାଠୀ, ଧରମଜୀତ ମହାପାତ୍ର, ଜୟ କୁମାର ପୁହାଣ ଓ ସତ୍ୟାନନ୍ଦ ଶେଜପଡା ଅଭିନୟ କରିଥିବା ବେଳେ ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ମଞ୍ଚ ପରିଚାଳନାରେ ସୁଧୀର ନାୟକ, ଆଲୋକ ଓ ଶବ୍ଦରେ ସଞ୍ଜୟ ସାହା ସହଯୋଗ କରିଥିଲେ I
Shrutilipi ad