Img 20250914 wa0188

୫ ଦିନିଆ ସି ଆର ସି ସି ଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା –   ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ ଆନୁକୂଲ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ପାଇଁ ପାଞ୍ଚ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I  ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ବିନୋଦ ସିଂ, ଜିଲ୍ଲା ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହରା, ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀ ଙ୍କ ସମେତ ସମସ୍ତ ବଶିଷ୍ଠ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣରେ ସି ଆର ସି ସି ଙ୍କ ଭୂମିକା ଓ କାର୍ଯ୍ୟ, ଜାତୀୟ ଶିକ୍ଷା ନୀତି -୨୦୨୦, ଶିକ୍ଷାର ଗୁଣାତ୍ମକ ଉନ୍ନତି, ପ୍ରାଥମିକ ସ୍ତରରେ ପାଠ୍ୟକ୍ରମ କାର୍ଯ୍ୟାନ୍ବୟନ, ଶିକ୍ଷାରେ ନେତୃତ୍ୱର ଭୂମିକା, ଅନୁଭୂତି ଆଧାରିତ ଶିକ୍ଷଣ, ନିପୁଣ ଭାରତ ମିଶନ୍, କ୍ରିୟାତ୍ମକ ଗବେଷଣା, ଶ୍ରେଣୀକକ୍ଷ ପର୍ଯ୍ୟବେକ୍ଷଣ ସାଧନୀ, ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର, ଅନ୍ତର୍ନିବେଶୀ ଶିକ୍ଷା, ସାମାଜିକ ଆବେଗିକ ଓ ନୈତିକ ଶିକ୍ଷା, ମଡେଲ୍ ସ୍କୁଲ ଓ ସି ଆର ସି ସି  କାର୍ଯ୍ୟାନ୍ବୟନ କ୍ଷେତ୍ର ପରିଦର୍ଶନ କରି ବ୍ୟବହାରିକ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପ୍ରଶିକ୍ଷଣରେ ଜିଲ୍ଲାର ଠାକୁରମୁଣ୍ଡା , ବିଜାତଳା, ଜାମଦା, ବାଙ୍ଗିରିପୋଷି, ମୋରଡ଼ା, କୁଳିଅଣା, ବାରିପଦା ବ୍ଲକର ୪୬ ଜଣ ସି ଆର ସି ସି ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ I ଶେଷରେ ସମସଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା I
Shrutilipi ad