ବାରିପଦା – ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରଭାଷା ପ୍ରଚାର ସମିତି, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ହିନ୍ଦୀ ପକ୍ଷ ଦିବସ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଶ୍ୟାମସୁନ୍ଦର ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ସମିତିର ସମ୍ପାଦିକା ପ୍ରଭାତ ମଞ୍ଜରୀ ଦାସଶର୍ମା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନା, ପୂର୍ଣ୍ଣିମା ପଣ୍ଡା, ମଞ୍ଜଲୀ ଦେ, କମଳ ଲୋଚନ ମହାକୁଡ଼ ଓ ସମାଜସେବୀ ଲୋକନାଥ ମହାନ୍ତ ପ୍ରମୁଖ ଯୋଗଦେଇ ଆମ ଦେଶରେ ହିନ୍ଦୀକୁ ରାଷ୍ଟ୍ରଭାଷା ଭାବେ ପ୍ରଚଳନ ଉପରେ ଆଲୋକପାତ କରିଥିଲେ I ୬ଷ୍ଠ ରୁ ୮ମ ଶ୍ରେଣୀର ମୋଟ ୧୫ ଜଣ ଛାତ୍ରଛାତ୍ରୀ “ଶିମିଳିପାଲ ହାମାରୀ ଜୀବନ ରେଖା” ବିଷୟ ଉପରେ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ I ୬ଷ୍ଠ ଶ୍ରେଣୀର ସାଇ ସମ୍ଭବ ରାଉତ ପ୍ରଥମ, ୭ମ ଶ୍ରେଣୀର ବଡ ନାଏକ ଦ୍ଵିତୀୟ ଓ ୬ଷ୍ଠ ଶ୍ରେଣୀର ଅମିତ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ I ଚଳିତ ମାସ ୧୬ ତାରିଖ ଦିନ ଶ୍ରୀ ମା’ ମହାବିଦ୍ୟାଳୟ ପରିସରରେ ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ I ଶିକ୍ଷକ ସୋମନାଥ ସିଂହ ଓ ଶିକ୍ଷୟତ୍ରୀ ଗାର୍ଗୀ ଶତପଥି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

