ବାରିପଦା: ଏଣିକି ପ୍ରତ୍ୟେକ ବ୍ଲକରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ନିଜ ନିଜ ବ୍ଲକ ଅଧିନସ୍ଥ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କରିବେ। ଲାଇନ ବିଭାଗର ଅଧିକାରୀମାନେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ସମାଧାନ ବୈଠକରେ ନିଶ୍ଚିତ ଭାବେ ଯୋଗଦେବା ସହିତ ଜନସାଧାରଣଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗର ସମୟୋଚିତ ସମାଧାନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲାଇନ ବିଭାଗର ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବିଭାଗ, ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା, କାର୍ଯ୍ୟକ୍ରମ, ସେବା ଏବଂ କେଉଁ ଯୋଜନାରେ କେଉଁ ହିତାଧିକାରୀ ଯୋଗ୍ୟ ବା ଅନ୍ତର୍ଭୁକ୍ତ ହୋଇ ପାରିବେ ସେ ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଇବା ସହିତ ସଚେତନ କରିବେ, ଯାହା ଦ୍ଵାରା ଯୋଗ୍ୟ ହିତାଧିକାରୀମାନେ ସମ୍ପୃକ୍ତ ଯୋଜନାରୁ ଲାଭlନ୍ୱିତ ହୋଇ ପାରିବେ। ଏହା ବ୍ୟତୀତ, ବିଭିନ୍ନ ବିଭାଗୀୟ ଯୋଜନା ଓ ସେବା ସମ୍ଭନ୍ଧ ରେ ଲୋକମାନଙ୍କ ମଧ୍ୟ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକୁ ଅଭିଯୋଗ ସ୍ଥାନରେ ବ୍ୟାନର, ପୋଷ୍ଟର, ହୋର୍ଡିଂ, ଫ୍ଲେକ୍ସ ଇତ୍ୟାଦି ପ୍ରଦର୍ଶନ ମାଧ୍ୟମରେ ବିଭାଗୀୟ ଯୋଜନା ଓ ସେବା ଗୁଡିକ ସମ୍ଭାlନ୍ଧରେ ଆଲୋକପାତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

