Img 20250912 wa0159

ମଯୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ, ବାରିପଦାର ୭୩ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ରାଜ୍ୟ
ବାରିପଦା:ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ, ବାରିପଦାର ୭୩ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି  ।  ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଉପ ନିବନ୍ଧକ, ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡ, ବାରିପଦା ଶ୍ରୀଯୁକ୍ତ ଅଶୋର କୁମାର ପାଣି ଯୋଗ ଦେଇଥିଲେ । ଏବଂ ବରିଷ୍ଠ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ବାରିପଦା ମଣ୍ଡଳ ଶ୍ରୀ ତୁଷାରକାନ୍ତି ମହାନ୍ତି ଏବଂ ବରିଷ୍ଠ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, କରଞ୍ଜିଆ ମଣ୍ଡଳ ଶ୍ରୀ ବସନ୍ତ ନାଏକ ଏହି ସଭାରେ ଯୋଗ ଦେଇଥିଲେ ଏବଂ ଏହି ସଭାରେ ଥିବା ୨୦୦ଗୋଟି ଲ୍ୟାମ୍ପ୍ସ ଏବଂ ଅନ୍ୟ ସମବାୟ ସମିତିର ସଭାପତି ଓ ନିର୍ଦ୍ଦେଶକ/ ନିର୍ଦ୍ଦେଶିକା ମାନେ ଯୋଗଦାନ କରିଥିଲେ। ଏହି ସଭାରେ ଦୃଢୀକରଣ କରାଯାଇଥିବା ପ୍ରମୁଖ ବିଷୟବସ୍ତୁ ଗୁଡିକ ମଧ୍ୟରୁ
୨୦୨୫-୨୬ ବର୍ଷର ବାର୍ଷିକ ବଜେଟ ସମ୍ବନ୍ଧରେ ଆଲୋଚନା  କରାଯିବା ସହିତ
ମୟୂରଭଞ୍ଜ ଜିଲ୍ଲାରେ ୨୦୦ ଗୋଟି ଲ୍ୟାମ୍ପ୍ସ ଥିବାରୁ ସେଗୁଡିକର ସୁପରିଚାଳନା  ନିମନ୍ତେ ଜିଲ୍ଲାରେ ଆଉ ତିନୋଟି ନୂତନ ଶାଖା କୁଳିଅଣା, ଶୃକୃଳି ଓ ଶରତ ଠାରେ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏବଂ ଆବଶ୍ୟକସ୍ଥଳେ ଅଧିକ ନୂତନ ଶାଖା ଖୋଲିବା ପାଇଁ ପ୍ରୟାସ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସୁବ୍ରମଣ୍ୟମ ମହାନ୍ତି ବ୍ୟାଙ୍କର ଲାଭକ୍ଷତି ବାବଦରେ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ୨୦୨୪-୨୫ ବର୍ଷରେ ହୋଇଥିବା ଲାଭରୁ ୨.୦୭ କୋଟି ଟଙ୍କା ଲାଭାଂଶ ଅଂଶୀଦାର ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ଜିଲ୍ଲାରେ ଚାଷୀମାନଙ୍କର ସୁବିଧା ପାଇଁ ସମବାୟ ବ୍ୟାଙ୍କ ତରଫରୁ କିଛି ନୂତନ ଏ.ଟି.ଏମ୍ ଖୋଲାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରିଶେଷରେ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେନ୍ଦ୍ର ନାଥ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad