ବାରିପଦା: ଆଜି ବହଳଦା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଜଣସାଧାରଣଙ୍କ ଦାବୀ ପରେ ବହଳଦା ରେଳବାଇ ଷ୍ଟେସନ ରୋଡ ପରିଦର୍ଶନରେ ଯାଇ ଝରାଡ଼ିହ ବାଜ଼ାର ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଓ ଲୋକଙ୍କ ସହିତ ଏହି ଅଞ୍ଚଳ ବିଭିନ ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଶେଷକରୀ ରେଳ ଫାଟକ ଉଠିଯିବାପର ରେଳ ଯାତ୍ରୀମାନେ Railway Station ଆସିବା- ଯିବାରେ ବହୁ ସମସ୍ୟରେ ସମ୍ମୁଖୀନ୍ନ ହେଉଛନ୍ତି l ତେଣୁ Foot Over Bridge ପାଇଁ ଦାବି ରହିଛି, ଏହି ବିଷୟରେ ଆଗାମୀ ଦିନରେ ପୂର୍ବତନ ବିଧାୟକ ରେଳଉଚ୍ଚ ଅଧିକାରୀ କର୍ତ୍ତୃପକ୍ଷ ଙ୍କ ଲିଖିତ ଭାବରେ ଦାବି ଜଣାଇବେ ବୋଲି କଥା ଦେଇଥିଲେ।
ପ୍ରମୁଖ ଦାବି ଗୁଡ଼ିକ:–
1) ବହଳଦା ଷ୍ଟେସନ ରୋଡ ରେଳ ଷ୍ଟେସନ ରେ ରେଳ ଯାତ୍ରୀ ମାନଙ୍କ ପାଇଁ ଫୂଟ ଓ଼ବର ବ୍ରିଜ଼ର ଆବାଶ୍ୟକତା ରହିଛି।
2) ବହଳଦା ରୋଡ ରେଳ ଷ୍ଟେସନ ଠାରେ ଦ୍ୱତୀୟ ରେଳ ପ୍ଲାଟଫର୍ମ ଆବଶ୍ୟକତା ରହୁଛି.
3) ବହଳଦା ରୋଡ଼ ଷ୍ଟେସନରେ ଯାତ୍ରୀ ବିଶ୍ରାମଘର ସହିତ ପ୍ଲାଟଫର୍ମ ଯାତ୍ରୀ ଶେଡ଼ ଆବଶ୍ୟୟତା ଅଛି,
4) ପେୟ ଜଳ ଯୋଗାଣ ଓ ବିଦ୍ୟୁତ ବ୍ୟବସ୍ଥା ର ଆବଶ୍ୟକତା ରହୁଛି।
5) ବହଳଦା ରୋଡ଼ ଷ୍ଟେଟନ ରେ ଆବଶ୍ୟକତା ଅନୁସାରେ କର୍ମଚାରୀ ଅଭାବ ରହୁଛି।
6) ମେମୁ ପାସେଞ୍ଜର ରେଲଗାଡି ଗୁଡିକ ନିର୍ଦ୍ଧାରିତ ସମୟରେ ପରିଚାଳନା କରାଯାଉ।
ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଅତିଶୀଘ୍ର ରେଳ ମହାପ୍ରବନ୍ଧକ କୋଲକାତା ଓ ଚକ୍ରଧରପୁର ଡିଆରଏମ କୁ ଲିଖିତ ଦାବି ଜଣାଇବାକୁ ଝାରାଡିହ ଅଂଚଳରେ ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ଆଶ୍ବାସନା ଦେଇଥିଲେ। ଏହି ଆଲୋଚନା ରେ ବହଳଦା ଷ୍ଟେସନ ମ୍ୟାନେଜେର ଅମୃତ କୁମାର ସହିତ ସମାଜସେବୀ
ସୁପାଇ ମାର୍ଣ୍ଡି, କଂଗ୍ରେସ ଦଳର ପୁରୁଖା ନେତା ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରଭାକର ଦାଶ ତଥା ଯୁବନେତା ଦଶମାତ ହାଁସଦା, ଗଦାଧର ଦାଶ, ହିନ୍ଦଲାଲ ବାବୁ ଓ ଆନନ୍ଦ ବାରିକ ସହିତ ବହୁ ସଂଖ୍ୟାରେ ଅଞ୍ଚଲର ଲୋକଙ୍କ ଉପସ୍ଥିତି ଥିଲେ।

