ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବିପଦରେ । ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡିଲା ଡ୍ରୋନ । ବାଲିସାହି ପଟୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ପାଖକୁ ଯାଇ ଡ୍ରୋନ୍ରେ ଅନେକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା ରହିଛି । ଯାହା ମନ୍ଦିରର ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି ।
ସୁରକ୍ଷା ଦିଗକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ଉପରେ ନିଷିଦ୍ଧ ଉଡ଼ାଣ ଅଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟିବା ସ୍ଥାନୀୟ ଲୋକମାନଙ୍କୁ ଚିନ୍ତିତ କରିଛି । ସେମାନେ ପୋଲିସଙ୍କୁ ଡ୍ରୋନ୍ଟିକୁ ଖୋଜିବାକୁ, ଜବତ କରିବାକୁ ଏବଂ ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିମାନଙ୍କୁ ଧରିବାକୁ ଅନୁରୋଧ କରିଛନ୍ତି ।

