Img 20250911 wa0184

ପିସି-ପିଏନଡ଼ିଟି ଆକ୍ଟ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ରାଜ୍ୟ
ବାରିପଦା: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ  ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା ରେ  ପିସିପିଏନଡ଼ିଟି ଆକ୍ଟର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  I
ଲିଙ୍ଗ ନିରୂପଣକୁ କିଭଳି କଡାକଡି ଭାବରେ ରୋକାଯାଇପାରିବ ସେଥିପାଇଁ ଗୁରୁତର ସହ ଧ୍ୟାନ ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଉକ୍ତ ବୈଠକରେ କାର୍ଯ୍ୟକ୍ଷମ ଥିବା ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସମୀକ୍ଷା କରାଯାଇଥିଲା I  ବୈଠକରେ ନୂତନ କ୍ଲିନିକ ପଞ୍ଜୀକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I ବୈଠକରେ ପୂର୍ବ ବୈଠକର ବିବରଣୀ ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା I  ନୂତନ ଅଲଟ୍ରା ସାଉଣ୍ଡ  କ୍ଲିନିକ ପାଇଁ ଆବେଦନ କରିଥିବା ଦରଖାସ୍ତ ଏବଂ ନବୀକରଣ ପାଇଁ ଆବେଦନ କରିଥିବା ଦରଖାସ୍ତ ଗୁଡିକ ପ୍ରମାଣ ପତ୍ର ପାଇଁ କମିଟିରେ ଉପସ୍ଥାପନ କରାଯାଇଥିଲା।
ଲିଙ୍ଗ ନିରୂପଣ କୁ ରୋକିବା ଦିଗରେ କ୍ଲିନିକ ଗୁଡିକରେ ଅଚାନକ ତନଖି କାର୍ଯ୍ୟ ନିୟମିତ ଭାବରେ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଜିଲ୍ଲାର ଜନସାଧାରଣ କିପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି।
ଅନୁଷ୍ଠିତ
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର  କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ଦାଶ,ପରିବାର କଲ୍ୟାଣ ଅଧିକାରୀ ଡା. ସୁନନ୍ଦା ମିଶ୍ର,  ଡା. ସୁଯୋଗ ନାୟକ, ଡା. ହରିଶ୍ଚନ୍ଦ୍ର ସାହୁ,  ଡିପିଏମ ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି  ଓ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ପରିଶେଷରେ ଲିଗାଲ ମ୍ୟାନେଜର ଶ୍ରୀ ପ୍ରବୋଧ ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିଥିଲେ.
Shrutilipi ad