ବାରିପଦା : ସ୍ଥାନୀୟ ଲାଲବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ୪ ଦିନ ଭିତରେ ବାରିପଦା, ବେତନଟୀ ଓ ଶାମାଖୁଣ୍ଟା ବ୍ଲକର ମୋଟ ୧୧୫ ଜଣ ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରାଶଗୋବିନ୍ଦପୁର ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞ ରାଜେଶ ପାଲ ଓ ଗୀତା ମୁର୍ମୁଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଉପଯୁକ୍ତ ଚଷମା ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା I ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ତପଶ୍ବିନୀ ଦାଶ ଉଦଘାଟନ କରିବା ସହ ଉପସ୍ଥିତ ଅବିଭାବକ ମାନଙ୍କୁ ନିଜର ପିଲାମାନଙ୍କର ଚକ୍ଷୁ ତଥା ପ୍ରଦାନ କରାଯାଉଥିବା ଉପକରଣର କାର୍ଯ୍ୟକାରୀତା ଉପରେ ଆଲୋକପାତ କରିଥିଲେ I ଉଦଯାପନୀ ଉତ୍ସବରେ ଜିଲ୍ଲା ଭିନ୍ନକ୍ଷମ ଓ ଗଣମାଧ୍ୟମ ସଞ୍ଜୋଜକ ନିରଞ୍ଜନ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଆଖିର ଯତ୍ନ ନେବା କ୍ଷେତ୍ରରେ ସମଗ୍ର ଶିକ୍ଷା ମୟୂରଭଞ୍ଜ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଚାଲିଛି ବୋଲି ପ୍ରକାଶ କରିଥିଲେ I ଏହି ମେଗା କାର୍ଯ୍ୟକ୍ରମକୁ ବାରିପଦା ମୁନିସିପାଲଟିର ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ରେଖାରାଣୀ ଦାସ ଓ ଶିକ୍ଷକ ଦିଲ୍ଲୀପ କୁମାର ଦାସ ପରିଚାଳନା କରିଥିବା ବେଳେ ସୋନାଲିକା ନାୟକ , ସରୋଜ ଦାସ , ଭରତ ଚନ୍ଦ୍ର କାଣ୍ଡି , ବିଜୟ କୁମାର ପରିଡା ପ୍ରମୁଖ ଅନ୍ତର୍ନିବେଶୀ ସେଚ୍ଛାସେବୀ ମାନେ ତୃଣମୂଳ ସ୍ତରରୁ ଶିବିର ପ୍ରର୍ଯ୍ଯନ୍ତ ସ୍ବଳ୍ପ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କୁ ଆଣିବାରେ ସହଯୋଗ କରିଥିଲେ I

