ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମର୍ଦା ଅଞ୍ଚଳର ବାଧିମୁହାଁଣ ଗ୍ରାମ ର ମାନସ ରଞ୍ଜନ ବାରିକ (27) କୁ ଦଫା 376(2)(n) ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 67(A) ଅଫ ଦା ଇନଫରମେସନ ଆଣ୍ଡ ଟେକ୍ନୋଲୋଜି ଆକ୍ଟ 2000 ଅନୁଯାୟୀ ରେ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦୁଇ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଭୋଗିବାକୁ ରାୟରେ ଉଲେଖ କରାଯାଇଅଛି l ଏଥି ସହିତ ଆଦାୟ ଜୋରିମାନା ଅର୍ଥ ପୀଡ଼ିତାକୁ ଦେବା ପାଇଁ ରାୟରେ ମଧ୍ୟ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ପୀଡିତା ଛାତ୍ରୀ ଜଣକ ଏକ ସରକାରୀ କଲେଜରେ ଯୁକ୍ତ ଦୁଇ ରେ ପଢ଼ୁଥିବା ବେଳେ ଉକ୍ତ କଲେଜର ଅଧ୍ୟାପକ ଥିବା ଅଭିଯୁକ୍ତ ମାନସ ରଞ୍ଜନ ବାରିକ ଙ୍କ ସହିତ ତାଙ୍କର ଭଲ ପାଇବା ଗଢି ଉଠିଥିଲା l ମାନସ ସମ୍ପୃକ୍ତ ଛାତ୍ରୀ ଜଣକୁ ବିବାହର ପ୍ରତିଶୃତି ଦେଇ 2021 ମଇ ମାସ ପାଖରୁ 2022 ପର୍ଯ୍ୟନ୍ତ ବିଭିନ୍ନ ସମୟରେ ତା ସହିତ ଦୁଷ୍କର୍ମ କରିଆସୁଥିଲା l ଏଥି ମଧ୍ୟରେ ବିଶ୍ୱାସ ର ସୂତ୍ର ଆଧାର କରି ଛାତ୍ରୀ ଜଣକର ନଗ୍ନ ଫୋଟୋ ମଧ୍ଯ ଉତୋଳନ କରିଥିଲା ଅଭିଯୁକ୍ତ l ଏହାପରେ ବିବାହ କରବା ପାଇଁ ଅଭିଯୁକ୍ତ ମନା କରିଦେବାରୁ ପୀଡିତା ଛାତ୍ରୀ ଜଣକ ଆଉ ତା ସହିତ କୌଣସି ସମ୍ପର୍କ ରଖିବାକୁ ମନା କରିଦେଇଥିଲା l ଏହାପରେ ଅଭିଯୁକ୍ତ ମାନସ ଛାତ୍ରୀ ର ନଗ୍ନ ଫୋଟୋ କୁ ଭାଇରଲ କରିଥିଲା l ଏହା ଜାଣିପାରି ପୀଡିତା ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଥିଲେ l ଏ ବାବଦରେ ପୀଡିତା ଙ୍କ ଲିଖିତ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ କେସ ନମ୍ବର 194/29-3-2022 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଏଥି ସହିତ ପୀଡିତା କୁ କ୍ଷତିପୁରଣ ବାବଦରେ ଏକ ଲକ୍ଷ ଟଙ୍କା କୌଣସି ଏକ ରାଷ୍ଟ୍ରlୟତ ବ୍ୟଙ୍କ ରେ ପୀଡିତା ଙ୍କ ନାମରେ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

