Img 20250909 wa0195

ରାଜ୍ୟସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ ଭାଗନେବେ ପି ସି ପୁର ସ୍କୁଲର ନିମାଇ ଓ ଗାଜ 

ରାଜ୍ୟ
ବାରିପଦା: ବିଶୋଇ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ ଜଣ ଛାତ୍ର କବାଡି ପ୍ରତିଯୋଗିତାରେ ଭାଗ ନେବାପାଇଁ ବାରିପଦା ବ୍ଲକ ସ୍ତରରୁ ମନୋନୀତ ହୋଇଥିଲେ I ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଭିଷେକ ବେହେରାଙ୍କ ବଳିଷ୍ଠ ପ୍ରଶିକ୍ଷଣରେ ନିମାଇ ମୁର୍ମୁ, ଗାଜ ଟୁଡୁ, ବାବା ସିଂ, ଜାଗେନ କିସ୍କୁ, ରାକେଶ ବେହେରା ଓ ବିଷ୍ଣୁପଦ ମହାନ୍ତ ପ୍ରମୁଖ ୬ ଜଣ ଛାତ୍ରଙ୍କ ମଧ୍ୟରୁ ୮ମ ଶ୍ରେଣୀର ନିମାଇ ଓ କୋରନା ସମୟରେ ପାଠପଢା ଛାଡିଦେଇଥିବା ୭ମ ଶ୍ରେଣୀର ଗାଜ ଟୁଡୁ ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲା ତରଫରୁ କବାଡି ଦଳରେ ସ୍ଥାନ ପାଇଛନ୍ତି I ବାରିପଦା ବ୍ଲକ ସ୍ଥିତ ଶାଳବଣୀ ଗ୍ରାମର ନିମାଇ ଓ କରଞ୍ଜିଆ ସ୍ଥିତ ଠାକୁରଝରଣ ଗ୍ରାମର ଗାଜ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ଛାତ୍ରାବାସରେ ରହି ପାଠ ପଢ଼ନ୍ତି I ବିଶୋଇରୁ ଫେରିବା ପରେ ବିଦ୍ୟାଳୟ ଫାଟକ ନିକଟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରାବାସର ସମସ୍ତ କର୍ମଚାରୀ,  ଛାତ୍ରଛାତ୍ରୀ ତଥା ଅବିଭାବକଙ୍କ ଉପସ୍ଥିତିରେ କୃତୀ ଖେଳାଳି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ,  ୱାର୍ଡେନ ସରୋଜ କୁମାର ସାବତ, ଏକାଉଣ୍ଟେଣ୍ଟ ଗୌତମ ପଣ୍ଡା ସହଯୋଗ କରିଥିଲେ I ପ୍ରକାଶ ଥାଉକି ଅତୀତରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି I
Shrutilipi ad