ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅନ୍ତର୍ଗତ ବର୍ତ୍ତନା ଗ୍ରାମ ର ବିନୋଦ ରାମ (35) କୁ ଦଫା 376 ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 354-A ରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଦଫା 457 ରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ଆଦାୟ ଜୋରିମାନା ଅର୍ଥ ପୀଡ଼ିତାକୁ ଦେବା ପାଇଁ ରାୟରେ ମଧ୍ୟ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଗତ 17-10-2019 ରିଖ ପୀଡିତା ମହିଳା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ରା଼ତ୍ରୀ ପାଖା ପାଖୀ 10.15 ମିନିଟ ସମୟରେ ଅଭିଯୁକ୍ତ ବିନୋଦ ରାମ ଘରେ ଜୋର ଜବରଦସ୍ତ ପଶି ଏକ ଛୁରୀ ଦେଖାଇ ମହିଳା ଙ୍କୁ ଦୁଷ୍କର୍ମ କରିଥିଲା l ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ କଲେ କିମ୍ବା ଥାନାରେ ଅଭିଯୋଗ କଲେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ କୁ ଜୀବନରେ ମାରିଦେବାର ଧମକ ଦେଇଥିଲା ଅଭିଯୁକ୍ତ l ମହିଳା ଙ୍କ ସ୍ୱାମୀ ବାହାର ରାଜ୍ୟ ରେ ମାର୍ବଲ ମିସ୍ତ୍ରୀ କାମ କରନ୍ତି l ଉକ୍ତ ରାତ୍ରିରେ ତାଙ୍କ ଶାଶୁ ଶ୍ୱଶୁର ଝିଅ ଘରକୁ ଯାଇଥିଲେ l ତେଣୁ ସ୍ୱାମୀ ଏଇ ଖବର ପାଇ ଆସିବାରୁ ପୀଡିତା ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଥିଲେ l ଏ ବାବଦରେ ପୀଡିତା ଙ୍କ ଲିଖିତ ଅଭିଯୋଗ କ୍ରମେ ରସଗୋବିନ୍ଦପୁର ଥାନାରେ କେସ ନମ୍ବର 122/21-10-2019 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 11 ଜଣ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

