Img 20250908 wa0249

ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ଭୁବନେଶ୍ୱର ଓ ବାରିପଦାର ନାଟକ ମଞ୍ଚସ୍ଥ – ଦର୍ଶକଙ୍କୁ ସ୍ତବ୍ଧ କଲେ ସୁଜାତା

ରାଜ୍ୟ
ବାରିପଦା : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ୨ ଟି ନାଟକ ମଞ୍ଚସ୍ଥ ହୋଇଯାଇଛି I ୩ୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଗଦାଧର ପୁଟି ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଭିନେତା ନିର୍ଦ୍ଦେଶକ କ୍ଷୀରୋଦ ସିଟ ଓ କୁମରମଣୀ ନାୟକ ତଥା କାଶୀନାଥ ରଣା ଓ ପୀତବାସ ସେଠି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରେକ୍ଷାଳୟ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ନାଟ୍ୟ ଚେତନା ପ୍ରସ୍ତୁତ ନାଟକ “ରେବତୀ ସେବତୀ ଏଇ ବତୀ” ମଞ୍ଚସ୍ଥ ହୋଇଥିଲା I ତତ୍କାଳୀନ ସମାଜରେ ଫକୀରମୋହନଙ୍କ ରେବତୀ ଯେଉଁ ଭଳି ନିର୍ଯାତନାର ଶିକାର ହୋଇଥିଲା ଆଜିବି ସେବତୀ ପରି ନାରୀମାନେ ସମାଜରେ ଅବହେଳିତ I ଏହି ବିଷୟବସ୍ତୁ ଉପରେ ଏକ ମାତ୍ର ଚରିତ୍ର ଉପରେ ପର୍ଯ୍ୟବେଷିତ ନାଟକରେ  ପ୍ରତିଷ୍ଠିତ ଅଭିନେତ୍ରୀ ସୁଜାତା ପ୍ରିୟମ୍ବଦାଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା I ସୁବୋଧ ପଟ୍ଟନାୟକଙ୍କ ରଚିତ ଓ ସୁଜାତା ପ୍ରିୟମ୍ବଦାଙ୍କ ନିର୍ଦ୍ଦେଶିତ ନାଟକରେ ଭରଦାନ ଦୀକ୍ଷିତ ସଂଗୀତରେ ସହଯୋଗ କରିଥିଲେ I ଦ୍ଵିତୀୟ ନାଟକ ବାରିପଦାର ବାସ୍ତବ ନାଟ୍ୟସଂସ୍ଥା ପ୍ରସ୍ତୁତ ନାଟକ “ପାପି” ପରିବେଷିତ ହୋଇଥିଲା I ଗୌରୀ ଦାସଙ୍କ ରଚିତ ଓ ଅନ୍ନଦା ଶଙ୍କର ଦାଶଙ୍କ ନିର୍ଦ୍ଦେଶିତ ନାଟକରେ ସୌମ୍ୟ ଶତପଥି, ରାଜେନ୍ଦ୍ର ସାହୁ, ଅଶୋକ ପଟ୍ଟନାୟକ, ପ୍ରୟାସ ଶତପଥି, ସୁବ୍ରତ ଦେ, ସତ୍ୟଜିତ ସାହୁ, ଅନିମେଷ ଘୋଷ, ଅଭିଜିତ ପଣ୍ଡା, ଅନ୍ନଦା ଦାଶ ଲିପ୍ସା ପଣ୍ଡା ଓ ଡଲ ମିଶ୍ର ଅଭିନୟ କରିଥିବା ବେଳେ ଶକ୍ତି ପ୍ରସାଦ ମିଶ୍ର ସଂଗୀତରେ ସହଯୋଗ କରିଥିଲେ I ଆସନ୍ତା କାଲି ସନ୍ଧ୍ୟାରେ ଗୋଟିଏ ନାଟକ କୋଲକାତାର ଶବ୍ଦମୁଗ୍ଧ ନାଟ୍ୟସଂସ୍ଥା ପ୍ରସ୍ତୁତ ନାଟକ “ମାୟା ମୃଦଙ୍ଗ” ପରିବେଷିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad