Dead

ଅଟୋ ଉପରେ ହାତୀ ପଲ ଆକ୍ରମଣ, ଜଣେ ମହିଳା ଯାତ୍ରୀ ମୃତ

ରାଜ୍ୟ

ବାରିପଦା: ଏକ ଯାତ୍ରୀବାହୀ ଅଟୋ ଉପରେ  ହାତୀପଲ ଆକ୍ରମଣ କରିବା ଫଳରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଅଛି l ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା ମୋରଡ଼ା ରାସ୍ତାରେ ଏହି ଘଟଣା ଘଟିଅଛି l ଅଟୋରେ ଆଠ ଜଣ ଯାତ୍ରୀ ଆସୁଥିବାବେଳେ ହଠାତ ଏକ ହାତୀପଲ ରାସ୍ତା ଉପରକୁ ଆସି ଆକ୍ରମଣ କରିଥିଲେ l ଅଟୋରେ ବସିଥିବା ଅନ୍ୟ ସାତ ଜଣ ଭୟରେ ଦୌଡ଼ି ପଳାଇଥିଲେ l ମାତ୍ର ମହିଳା ଜଣକ ଦୌଡ଼ି ନପାରିବାରୁ ତାଙ୍କୁ ହାତୀ ଶୁଣ୍ଡରେ କଚାଡି ଦେଇଥିଲା l ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କିସାନତାଣ୍ଡି ହସ୍ପିଟାଲ ଏବଂ ପରେ ବାରିପଦା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା l ମାତ୍ର ସେଠରେ ତାଙ୍କର ମୃତ୍ୟୁ ଘଟିଥିଲା l ମୃତକ ଜଣକ ହେଲେ ବାରିପଦା ଉପକଣ୍ଠ ଚିପଟଅସ୍ତିଆ ଅଞ୍ଚଳର ରୀନା ନାୟକ l ମୋରଡ଼ା ପୋଲିସ ପହଞ୍ଚି ଶବ କୁ ବ୍ୟବଛେଦ କରିବା ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଅଛି l ଅନ୍ୟପଟେ ତାଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ ପରିବାରଵର୍ଗ ଦାବୀ କରିଛନ୍ତି l

Shrutilipi ad