ବାରିପଦା: ଓଡିଶା ରକ୍ତ ଭଣ୍ଡାର, ବାରିପଦା ପରିସରରେ ଆଶୁତୋଷ ତ୍ରିପାଠୀ ରକ୍ତଦାନ କରି ନିଜ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ I ଏହି ଶିବିରରେ ଟ୍ରଷ୍ଟର ସକ୍ରିୟ ସଦସ୍ୟା ଆଶୁତୋଷଙ୍କ ମାତା ରାଜଲକ୍ଷ୍ମୀ ମିଶ୍ର ଓ ପିତା ଶିବ କୁମାର ତ୍ରିପାଠୀଙ୍କ ସମେତ ମୋଟ ୧୩ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଜନ୍ମଦିନକୁ ସଫଳ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବାରିପଦା ବିଧାୟକ ପ୍ରକାଶ ସୋରେନ ଏହି ଶିବିରକୁ ଉଦଘାଟନ କରିବା ସହ ଜନ୍ମଦିନକୁ ରକ୍ତଦାନ କରି ପାଳନ କରିଥିବାରୁ ବେଶ ପ୍ରଶଂସା କରିଥିଲେ I ଏହି ଶିବିରରେ ପୋଲିସ ପବ୍ଲିକ ପ୍ରେସର ସଭାପତି ଡଃ ଅକ୍ଷୟ କୁମାର ମହାନ୍ତି ମଧ୍ୟ ରକ୍ତଦାନ କରିଥିଲେ I ସମ୍ମାନିତ ଅତିଥି ସୋମନାଥ ସିଂହ, ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ନିରୋଜ କୁମାର ପୋଥାଳ, ସଭାପତି ବସନ୍ତ କୁମାର ମହାପାତ୍ର, ସମ୍ପାଦକ ପ୍ରତାପେଶ୍ୱର ଦାଶ, ବରିଷ୍ଠ ସଦସ୍ୟ ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ସର୍ଦ୍ଦାର ହରିଚରଣ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ହିମାଂଶୁ ପ୍ରହରାଜ, ଭରତ କୁମାର ପାତ୍ର, ରଞ୍ଜନ ମହାନ୍ତ, ସୀତାମଣୀ ମାରାଣ୍ଡି, ଜୟପ୍ରକାଶ ମହାନ୍ତ, ବସନ୍ତ କୁମାର ହାଁସଦା, ଉତ୍ତମ ରାଉତ, ସନତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ସ୍ନେହା ଅର୍ଚ୍ଚିତା ମିଶ୍ର, ଅଭିଷେକ ସାଓ, ବିପୁନ ବିନ୍ଧାଣି ଓ ଦିବ୍ୟ ଲୋଚନ ମାଇତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I

