Img 20250906 wa0181

ଝୁମର କର୍ମଶାଳା ରେ ଯୋଗ ଦେବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ବାରିପଦା:  ବାରିପଦା ସ୍ଥିତ ଅମ୍ବିକା ହଲ ଠାରେ ଓଡିଶା ଝୁମର ଏକାଡେମୀ ର ସଭାପତି ଅବନୀ ମହାନ୍ତ ଙ୍କ ସଭାପତିତ୍ବ ରେ ଝୁମର କର୍ମଶାଳା ର ସୂଚନା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀ ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଡ଼ା କିଶୋର କୁମାର ବସା, ଝୁମର କର୍ମଶାଳା ରିସେପସନ କମିଟି ଚେୟାରମ୍ୟାନ ତଥା ବାରିପଦା ବିଧାୟକ ପ୍ରକାଶ ସୋରେନ, ସେକ୍ରେଟାରୀ  ବସନ୍ତ ମହାନ୍ତ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |  ଝୁମର ଏକାଡେମୀ ର ଉପସଭାପତି ରାକେଶ ସିଂ ସମ୍ମିଳନୀ ଆରମ୍ଭ ରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ଓଡିଶା ଝୁମର ଏକାଡେମୀ ଓ  ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ମିଳିତ ସହଯୋଗ ରେ   ଆସନ୍ତା ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଦିନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ର ସମ୍ମିଳନୀ କକ୍ଷ ରେ *ଝୁମର କର୍ମଶାଳା*  ଅନୁଷ୍ଠିତ ହେବ | ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ବକ୍ତା ଭାବରେ ଚେୟାରମ୍ୟାନ ମନୁମେଣ୍ଟ ଅଥରିଟି ଅଫ ଇଣ୍ଡିଆ  ପ୍ରଫେସର ଡ଼ା କିଶୋର କୁମାର ବସା ଯୋଗ ଦେବେ| ଉକ୍ତ କର୍ମଶାଳା ରେ ୧୫ ଟି ଝୁମୁର ନୁର୍ତ୍ୟ ଦଳ ଭାଗ ନେବା ସହିତ ଅନ୍ୟ ରାଜ୍ୟ ଯଥା ପଶ୍ଚିମ ବଙ୍ଗ ଝାଡ଼ଖଣ୍ଡ ଆସାମ ରୁ ଅତିଥି ଓ ବୁଦ୍ଧିଜୀବୀ ଯୋଗ ଦେବେ|
ଝୁମର ହେଉଛି ଓଡିଶା ସମେତ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ, ଛତିଶଗଡ, ଆସାମ ପ୍ରଦେଶ ରେ ବସବାସ କରୁଥିବା ଜନଗୋଷ୍ଟି ମାନଙ୍କ ଦ୍ୱାରା ପର୍ବ ପର୍ବାଣି ସାମାଜିକ ସାଂସ୍କୃତିକ ଭାବେ ଝୁମୁର ଗୀତ ବାଦ୍ୟ ଓ ନୃତ୍ୟ ର ଏକ ସତନ୍ତ୍ର ସ୍ଥାନ ଅଛି | ବିଭିନ୍ନ ଜନଗୋଷ୍ଟି ଙ୍କ ଭାଷା ର ଅନ୍ତର ହେଲେ ମଧ୍ୟ ମୌଳିକତା ପ୍ରାୟ ସମାନ | ଏହି ସଂସ୍କୃତି ର ସୃଷ୍ଟି କେବେ କେଉଁଠାରେ କେଉଁ ପରିସ୍ଥିତି ରେ ହୋଇଥିଲା ତାହା ଗଭୀର ଗବେଷଣା ହେଲେ ଜଣା ପଡିବ | ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା କୃଷି ସଭ୍ୟତା ସହିତ ଜଡିତ | ଝୁମର ରୁ ବହୁ ପ୍ରକାର ନୃତ୍ୟ ଜନ୍ମିତ ତନମଧ୍ୟରୁ ଛୋଉ ନୃତ୍ୟ ଅନ୍ୟତମ | ସ୍ୱାଧୀନତା ପୂର୍ବରୁ ରାଜା ରାଜୁଡା ଜମିଦାର ମାନଙ୍କ ପୃଷ୍ଠପୋଶୋକତା ପାଇଁ ସ୍ୱାଧୀନତା ପରେ ସରକାରୀ ପୃଷ୍ଠପୋଷକତା ରେ ଆଜି ଦେଶ ବିଦେଶ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବିଶ୍ୱ ମାନଚିତ୍ର ରେ ସ୍ଥାନ ପାଇଛି କିନ୍ତୁ ଝୁମର ପୃଷ୍ଟପୋଷକତା ର ଅଭାବ ରେ ଆମ ଗାଁ ଦାଣ୍ଡ, ଅଶିକ୍ଷିତ, କୃଷକ, କୃଷି ଶ୍ରମିକ ମାନଙ୍କ ପରମ୍ପରା ରେ ବଞ୍ଚି ରହିଛି| ସରକାରୀ ପୃଷ୍ଟପୋଷକ ପାଇଁ ବିଶ୍ୱ ବିଦ୍ୟାଳୟ ଗୁଡିକ ରେ ଗବେଷଣା କଲେ ଝୁମର ରେ ଲୁକାୟିତ ଥିବା ସାହିତ୍ୟ ଇତିହାସ ରାମାୟଣ ମହାଭାରତ ମନ୍ତ୍ର ତନ୍ତ୍ର ଇତ୍ୟାଦି ବିଦ୍ୟମାନଏବଂ ଭାରତ ର ପ୍ରାଚୀନ ସଂସ୍କୃତି ର ଆଧାର |  ଝୁମର ଭାରତ  ବର୍ଷ ର ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ପଶ୍ଚିମ ବଙ୍ଗ, ଆସାମ,  ଏବଂ ଦେଶ ବାହାରେ ବଙ୍ଗଳାଦେଶ, ନେପାଳ, ରେ ମଧ୍ୟ୍ୟ ପରିଚିତ|
ଝୁମର କଳା ସଂସ୍କୃତି ର ବିକାଶ ଏବଂ ଝୁମର କଳାକାର ମାନଙ୍କୁ ବିଶ୍ୱ ଦରବାର ରେ ପରିଚିତ କରିବା ଦିଗରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ |
Shrutilipi ad