Img 20250905 wa0225

ପୟଗମ୍ବର ମହମ୍ମଦଙ୍କ ୧୫୦୦ ଜନ୍ମ ଦିବସ ଅବସରରେ ସଂଖ୍ୟାଲଘୁ ସଂପ୍ରଦାୟର ପକ୍ଷରୁ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

ରାଜ୍ୟ
ବାରିପଦା : ଠାକୁରାଣୀବେଡା  ଏଵଂ ଈଚିଣ୍ଡାରେ ବସବାସ କରୁଥିଲି ସଂଖ୍ୟାଲଘୁ ସଂପ୍ରଦାୟର ତରଫରୁ ଆନନ୍ଦ ଓ ଉଲ୍ଲାସର ସହ ପବିତ୍ର  ପୟଗମ୍ବର ମହମ୍ମଦଙ୍କ ୧୫୦୦ ତମ ଜନ୍ମ ଦିବସ  ତଥା ଈଦ -ମିଲାଦୁନ -;ନଵୀ ପାଳନ କରାଯାଇଛି  ।ଆଜି ଶୁକ୍ରବାର ଦିନ ସକାଳେ ସମସ୍ତ ମୁସଲମାନ ପରିବାରର ଲୋକେ ନବ ବସ୍ତ୍ର ପରିଧାନ କରି ନିକଟସ୍ଥ  ମସଜିଦ ପାଖକୁ ଯାଇ ନମାଜ ପଢ଼ିବା ସହ  ସମାଜର ମଙ୍ଗଳ କାମନା ପାଇଁ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ସେଠାରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିଥିଲେ ।ପରେ ମସଜିଦ ପାଖରୁ ଏକ ସୁସଜ୍ଜିତ ଗାଡିରେ ଧାର୍ମିକ ପତକା ଲଗାଯାଇ ଜୁଲୁସ୍   ସହର ପରିକ୍ରମା କରାଯାଇଥିଲା । ବହୁ ସଂଖ୍ଯାରେ ମୁସଲମାନ ଭାଇମାନେ ଶାନ୍ତିପୁର୍ଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ସାଙ୍ଗରେ ମୌଲାନା ପ୍ରମୁଖ ଥାଇ ତାଙ୍କରି ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ ।ପୟଗମ୍ଵର ମହମ୍ମଦ ଦେଖାଇ ଥିବା ଶାନ୍ତି ଓ ଧର୍ମର  ରାସ୍ତାରେ  ସମସ୍ତେ ଚାଲିଲେ ସମଗ୍ର ବିଶ୍ବରେ ତଥା ସମାଜରେ ମଙ୍ଗଳ ଶାନ୍ତି ସମ୍ଭବ ବୋଲି ଧାର୍ମିକ ଵିଦ୍ଵାନମାନେ କହିଥିଲେ ।ଏହି ଅବସରରେ ସମସ୍ତଙ୍କୁ ଘର ଦ୍ଵାର ସଫାସୁତୁରା କରାଯାଇଥିଲା ।ଆଖପାଖ ମସଜିଦ କୁ  ଆକର୍ଷଣୀୟ ଆଲୋକସଜ୍ଜା ଏବଂ ସବୁଜ ଇସଲାମିକ ବାନର ଲଗା ଯାଇଥିଲା ।ଛକ ଛକରେ ସବୁଜ  ଧାର୍ମିକ ପତାକା ଲଗାଯାଇଥିଲା ।ପରସ୍ପରକୁ ଆଲିଙ୍ଗନ ସହ  ମିଷ୍ଟାନ୍ନ‌  ଵଣ୍ଟନ କରିଥିଲେ ।ପୋଲିସ ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ।
Shrutilipi ad