ାୈୀ

ଵାନ୍ଦଦୁମା ଗ୍ରାମ ବିଲରେ ଅଜଣା ଯୁବକର ମୃତଦେହ ଉଦ୍ଧାର

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଠାରୁ ମାତ୍ର ୧ କିମି ଦୂର ଵାନ୍ଦଦୁମା ଗ୍ରାମ ରାସ୍ତାକଡ ବିଲରୁ ଏକ ଅଜଣା ଯୁବକର ମୃତଦେହ ପଡିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଵାନ୍ଦଦୁମା ଗ୍ରାମର ଜଣେ ଚାଷୀ ଆଜି ଶୁକ୍ରବାର ଦାନ ସକାଳୁ ନିଜ  ବିଲକୁ ଚାଷ କାମରେ ଯାଇଥିବାବେଳେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖି ଭୟରେ ଵିଲଛାଡି ଗାଁକୁ ଯାଇ ଗ୍ରାମ ଲୋକେ ଘଟଣାସ୍ଥଳକୁ ଆସି ଜାମଦା ଥାନାକୁ ଜଣାଇଥିଲେ ।ଥାନାଧିକାରିଣୀ ଓଆଇସି ଅନିତା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।ପାରିପାର୍ଶ୍ବିକ ଘଟଣାରୁ ସନ୍ଦେହ କରାଯାଉଛି ଯୁବକକୁ ହତ୍ୟା କରାଯାଇଥାଇପାରେ ।ଯାମଦା   ଥାନାଞ୍ଚଳର କଇ଼ଁପୁର ଗ୍ରାମର ପାକଣାପାଟ ପର୍ବତରେ ୩ ଦିନ ଧରି ପ୍ରସିଦ୍ଧ ଯାନ୍ତାଳ ପର୍ବ ଚାଲୁ ରହିଛି ।ଆଜି ଅନ୍ତିମ ଦିନ । ମାନସିକଧାରୀ ମାନେ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗ ,ଜାମସେଦପୁର ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ଯାରେ ଆସି ନିଜ ମାନସିକ ପୂରଣ ପାଇଁ ପୂଜାର୍ଚନା କରା ଯାଉଥିବାର  ଲକ୍ଷ୍ୟ କରାଯାଉଛି ।  ବାନ୍ଦଦୁମା ଗ୍ରାମରେ ମଧ୍ୟ ଗତକାଲି ରାତିସାରା ଯାତରା ଚାଲୁରହିଥିଲା ।  ତେଣୁ ମେଳା ଦେଖିବାକୁ  ଆସି କିଛି ଅଘଟଣ ଘଟି ଥାଇପାରେ କିମ୍ବା ପଡୋଶୀ ଝାଡ଼ଖଣ୍ଡରୁ କେହି ମାରିଦେଇ ଏଠାରେ ଫିଙ୍ଗି ଦେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି  । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା,ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାମଦା ଥାନାଧିକାରୀଣୀ ଅନିତା ସ୍ବାଇଁ ଙ୍କ ସମେତ  ବାରିପଦାରୁ ସାଇଣ୍ଟିଫିକ ଟିମ୍  ଘଟଣାସ୍ଥଳରେ ପହଞ୍ଚି  ଛାନଭିନ୍ କରୁଛନ୍ତି ।ଯୁବକର ପରିଚୟ ମିଳିନାହିଁ ।ମୃତ ଯୁବକର ଅର୍ଦ୍ଧ ଲଙ୍ଗଳା ଶରୀର ସହ ଏକ ଲମ୍ବା ଗାମୁଛା ଥିଲା । କେଶ୍ ନଂ  ୭/୨୫ରେ ରୁଜୁ କରି  ତଦନ୍ତ କରିବା ସହ  ମୃତକକୁ  ରାଇରଙ୍ଗପୁର  ହସ୍ପିଟାଲ ପଠାଇଛନ୍ତି ।ନିକଟରେ ତିରିଂ ଥାନା ଅଞ୍ଚଳରେ ପତ୍ନୀକୁ ବିଭତ୍ସ ଭାବରେ ହତ୍ୟା କରି ସ୍ବାମୀ ଗିରଫ ହୋଇଥିବା ବେଳେ ଯାମଦା ଥାନାଞ୍ଚଳରେ ଆଜି ଏକ ମୃତ୍ୟୁ ସାଧାରଣରେ ଆଲୋଚନା ଚାଲିଛି.
Shrutilipi ad