Img 20250905 wa0241

ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରାଜ୍ୟ
  • ସମ୍ବର୍ଦ୍ଧିତ ହେଲେ ୫୫ କୃତୀ ଶିକ୍ଷକ/ଶିକ୍ଷୟତ୍ରୀ
ବାରିପଦା: ସ୍ଥାନୀୟ ଲାଲବଜାର ସ୍ଥିତ ଶିକ୍ଷକ ଭବନ ପରିସରରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ଜିଲ୍ଲାର ୨୬ ବ୍ଲକର ମୋଟ ୨୦୦ ଶିକ୍ଷକ/ଶିକ୍ଷିକା ଯୋଗ ଦେଇଥିଲେ I ପ୍ରତି ବ୍ଲକରୁ ୨ ଜଣ ଲେଖାଏଁ ଓ ୩ ଟି ମୁନିସିପାଲିଟିର ୩ ଜଣ  କୃତୀ ଶିକ୍ଷକ/ଶିକ୍ଷିକାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଲୋକସଭା ସାଂସଦ ନବ ଚରଣ ମାଝୀ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜକ ଜିଲ୍ଲା ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ  I ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀନ ଚନ୍ଦ୍ର ଭଞ୍ଜଦେଓ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ପ୍ରମୁଖ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ସୋମନାଥ ସିଂହ, ଯାମିନୀକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ଶିକ୍ଷକ ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆବାହକ ବିମଳ କୁମାର ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଙ୍ଘ ସମ୍ପାଦକ ଶମ୍ଭୁନାଥ ପାଣି,  ଜିଲ୍ଲା ସଂଯୋଜକ ହରେକୃଷ୍ଣ ବାରିକ, ଶିକ୍ଷକ ନେତା ଭବେଶ ପାଣିଗ୍ରାହୀ, ରାଜେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ମାନଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ I ବ୍ଲକ ସଙ୍ଘ ନେତା ସିଦ୍ଧେଶ୍ୱର ମିଶ୍ର, ପ୍ରଦୀପ କୁମାର ନାଥ ସମେତ ଶିକ୍ଷକ ଅସୀମ ଚକ୍ରବର୍ତ୍ତୀ, ଗୌରଗୋପାଳ ଲେଙ୍କା, ସପନ ବେହେରା, ଅଜୟ ମହାପାତ୍ର, ଶିବ ନାରାୟଣ ମହାନ୍ତ, ସୂର୍ଯ୍ୟକାନ୍ତ ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I
Shrutilipi ad