ବାରିପଦା: ମୟୂରଭଞ୍ଜ କେମିଷ୍ଟ ଏବଂ ଡ୍ରଗିଷ୍ଟ ଏସୋସିଏସନର ନିର୍ବାଚନ ଗତକାଲି ଆୟୋଜିତ ହୋଇଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଏସୋସିଏସନର ସଦସ୍ୟ ସିଦ୍ଧାର୍ଥ ସାରଥୀ ଦାଶ, ଅରୁଣ କୁମାର ଦାସ, ସମୀର କୁମାର ଜଟାଣିଆ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୩୦ ଜଣ ସଦସ୍ୟଙ୍କ ଅଂଶଗ୍ରହଣରେ ଏହି ନିର୍ବାଚନ ସୁଚାରୁଭାବେ ସମ୍ପନ୍ନ ହୋଇଥିଲା।
ସୁଢଳ ବିହାରୀ ମହାନ୍ତି, ଆନନ୍ଦ କୁମାର ସାହୁ, ସରୋଜ କୁମାର ସାହୁ, ମାନସ ରଞ୍ଜନ ମହାନ୍ତି, ଅମିୟ କୁମାର ମହାପାତ୍ର, ନିରୋଜ କୁମାର ସାହୁ, ଶିବଶଙ୍କର ସାକୁନିଆ, ସଚିନ ଗୁପ୍ତା, ବିକାଶ ଚନ୍ଦ୍ର ମହାନ୍ତ, ସଞ୍ଜୟ କୁମାର ପରିଡା, ଲଳିତ କୁମାର ମହାନ୍ତ, ସୁଧୀର କୁମାର ଅଗରୱାଲ, ସୌରଭ ରଞ୍ଜନ ମହାନ୍ତି, ପ୍ରମୋଦ କୁମାର ମହାନ୍ତ, ମନୋଜ କୁମାର ସା, ମନୋଜ ପଟ୍ଟନାୟକ, ଭବାନୀଶଙ୍କର ମିଶ୍ର, ରଞ୍ଜିତ ଧୀର, ନାରାୟଣ ବେହେରା, ନରେଶ କୁମାର ଅଗରୱାଲ, ଅମୋଦ କୁମାର ମହାନ୍ତ, କୃଷ୍ଣ କେଶବ ଦାସ, ପ୍ରଦୋଷ କୁମାର ଦାଶ, ଅମିତ କୁମାର ଖଣ୍ଡେଲୱାଲ, ବିଜିକାନନ୍ଦ ମହାନ୍ତି, ମୃତ୍ୟୁଞ୍ଜୟ ମହାପାତ୍ର, ବିବେକାନନ୍ଦ ସେଜପଡା, ହରିହର ବାରିକ, ସୁବ୍ରତନନ୍ଦ ଜେନା ଓ ସୁଜିତ କୁମାର ନାଥ ନିର୍ବାଚନରେ ସହଭାଗୀ ହୋଇଥିଲେ।
ଏହି ନିର୍ବାଚନରେ ବିକାଶ ଚନ୍ଦ୍ର ମହାନ୍ତ ସଭାପତି ଏବଂ ମାନସ ରଞ୍ଜନ ମହାନ୍ତି ସମ୍ପାଦକ ଭାବେ ୨୦୨୫-୨୦୨୮ ଅବଧି ପାଇଁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟା ୟୁ.ସି.ଡି.ଏର ପୂର୍ବତନ ସଭାପତି ସୁଢଳ ବିହାରୀ ମହାନ୍ତି ଓ ଏ.ଆଇ.ସି.ଡି.ର କାର୍ଯ୍ୟକାରିଣୀ ସଦସ୍ୟ ସୋରଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ସୁଚାରୁ ଭାବରେ ସମ୍ପାଦନ ହୋଇଥିଲା ଏବଂ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆସୋସିଏସନ ତରଫରୁ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଥିଲେ.

