Rain

ଶିମିଳିପାଳ ରେ ବର୍ଷାର ପରିମାଣ

ରାଜ୍ୟ

ବାରିପଦା-ତା-୪-୯- ଗତକାଲି ପାଖରୁ ଲଗାଣ ବର୍ଷା ଫଲରେ ଶିମିଳିପାଳ ର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିବାରେ ଲାଗିଅଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଚବିଶ ଘଣ୍ଟା ମଧ୍ୟରେ ଶିମିଳିପାଳ ର ସାତକୋଶିଆ ଠାରେ ସର୍ବାଧିକ ୮୭.୮୮୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାଳେ ଠାକୁରମୁଣ୍ଡା ଠାରେ ସର୍ବନିମ୍ନ ୧୫.୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି । ସେହିପରି ରାମତିର୍ଥ ଠାରେ ୨୮.୪୪୮ , ବରେଇପାଣି ୬୬.୮୦୨, ନଅଣା ୫୯.୦ , ଚହଲା ୫୨.୬ , କେନ୍ଦୁମୁଣ୍ଡି ୨୫.୪ , ଉତ୍ତର ବାରା କାମୁଡା ୩୭.୬ , ଭଞବସା ୭୭.୪୭୮ , ଜେନାବିଲ ୪୬.୯୯ , କବାଟଘାଇ ୫୦.୮ , କୁଲିପାଲ ୭୫.୦୯ , ପୋଡାଡିହା ୪୫,୭୨ , ଡୁକୁରା ୧୮,୦୩୪ , ବାରିପଦା ୪୨.୧୬୪ , ବଡଗାଓଁ ୬୮.୮୩୪ , ପିଠାବଟା ୬୦, ୪୫୨ , ଡୋଭେ ୪୨,୪ ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି । ବିଶେଷକରି ଶିମିଳିପାଳରେ ବର୍ଷାର ପରିମାଣ ବଢିବା ଫଳରେ ଶିମିଳିପାଳ ଭିତର ଦେଇ ପ୍ରବାହିତ ହେଉଥିବା ଜଳକା , ପଳପଳା ଆଦି ନଦୀ ମାନଙ୍କରେ ଜଳସ୍ତର ବଢିଅଛି । ସେହିପରି ଗତକାଲିଠାରୁ ଲଗାତାର ବର୍ଷା ର ପରିମାଣ ବଢିବା ଫଳରେ ମୟୁରଭଞ ଜିଲାର ବୁଢାବଳଙ୍ଗ ନଦୀ ସମେତ ଅନ୍ୟାନ୍ୟ ନଦୀ ମାନଙ୍କରେ ମଧ୍ୟ ଜଳସ୍ତର ବଢିଅଛି ।

Shrutilipi ad