Err

ରାଜ୍ୟ ସ୍ତରୀୟ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶିକ୍ଷୟତ୍ରୀ ଉର୍ମିଳା ପାଢୀ ଏବଂ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

ରାଜ୍ୟ
ବାରିପଦା: ଚଳିତ ବର୍ଷ  ମୁଖ୍ଯମନ୍ତ୍ରୀ  ଶିକ୍ଷା ପୁରସ୍କାର’ ପାଇଁ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ସ୍ତରରେ  ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ  ମନୋନୀତ ହୋଇଛନ୍ତି ।ଶିକ୍ଷା ଏବଂ ବିଭିନ୍ନ ସୃଜନୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ଏଵଂ‌ ପିଲାମାନଙ୍କର ଚରିତ୍ର  ନିର୍ମାଣ ପାଇଁ  ଚଳିତ ବର୍ଷ ରାଜ୍ୟ ସ୍ତରୀୟ  ମୁଖ୍ୟମନ୍ତ୍ରୀ  ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ମଧ୍ୟ ନିଷ୍ଠାର ସହ ସିଆରସିସି ଦାୟିତ୍ଵ ତୁଲାଇଥିଲେ । ସେହିପରି ଚଳିତ ବର୍ଷ  ମୁଖ୍ଯମନ୍ତ୍ରୀ  ଶିକ୍ଷା ପୁରସ୍କାର’ ପାଇଁ ହାଇସ୍କୁଲ ସ୍ତରରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ ହୋଇଛନ୍ତି ।ବିଜ୍ଞାନ ସୃଜନୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ତଥା ସ୍କାଉଟ ଗାଇଡ ମାଧ୍ୟମରେ ପିଲାମାନଙ୍କର ଚରିତ୍ର  ନିର୍ମାଣ,ଜଗନ୍ନାଥ ସାଂସ୍କୃତିକ ଚେତନା ପ୍ରଚାର ପ୍ରସାର,କ୍ରୀଡାର ପ୍ରସାର,ସାହିତ୍ୟ ପ୍ରସାର  ପାଇଁ  ଚଳିତ ବର୍ଷ ରାଜ୍ୟ ସ୍ତରୀୟ  ମୁଖ୍ୟମନ୍ତ୍ରୀ  ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ଆସନ୍ତା କାଲି ଗୁରୁ ଦିବସ ଅବସରରେ ବାରିପଦାରେ ସମ୍ବର୍ଦ୍ଧନା ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିବେ ।ଏହି ଅବସରରେ ଵିଦ୍ଯାଳୟର‌ ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟତ୍ରୀ ବୃନ୍ଦ, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ, ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି,ସାମ୍ବାଦିକ ବୃନ୍ଦ ତାଙ୍କୁ ଶୁଭେଛା ଜଣାଇଛନ୍ତି ।
Shrutilipi ad