Banki

ଥାନା ଆଗରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ

ରାଜ୍ୟ

ବାଙ୍କୀ : ଥାନା ସାମ୍ନାରେ ଜୀବନ ହାରିବାକୁ ଉଦ୍ୟମ। ବାଙ୍କୀ ଥାନା ସାମ୍ନାରେ ବିଷ ପିଇ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ। କୁସୁନ୍ଦା ଗାଁରେ ଜମିଜମାକୁ ନେଇ ଗଣ୍ଡଗୋଳରେ କୁନି ଭୋଇ ନାମକ ମହିଳାଙ୍କୁ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ। ଏନେଇ ଗତ ୨୯ ତାରିଖରେ ପ୍ରଥମେ ଆହତ ମହିଳା ତାଳବସ୍ତ ଫାଣ୍ଡିରେ ଅଭିଯୋଗ କରିଥିଲେ।

ପୋଲିସ ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ପୁଣି ଗତ ୩୦ ତାରିଖରେ ବାଙ୍କୀ ଥାନାରେ ଏତଲା ଦାୟର କରିଥିଲେ। ଗୋଡ ଭାଙ୍ଗିବା ପରେ ବାଙ୍କୀ ଡାକ୍ତରଖାନାରେ ମହିଳା ଜଣକ ଚିକିତ୍ସିତ ହେଉଥଲେ। ହେଲେ ଏପର୍ଯ୍ୟନ୍ତ ନ୍ୟାୟ ନ ମିଳିବାରୁ ବାଧ୍ୟ ହୋଇ ନିଜ ମାଆଙ୍କୁ ସାଙ୍ଗରେ ନେଇ ବାଙ୍କୀ ଥାନା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବକ। ତେବେ ସେଠାରେ ଉପସ୍ଥିତ ପୋଲିସ ବିଷ ବୋତଲକୁ ଛଡାଇ ନେଇଥିଲା। ଅଘଟଣ ଏଡ଼ାଇବକୁ ଯାଇ ଯୁବକଙ୍କୁ ଉଦ୍ଧାର କଲା ବାଙ୍କୀ ପୋଲିସ ।

Shrutilipi ad