Img 20250903 wa0166

ଗାଁ ରାସ୍ତା କାଦୁଅ ପଚ୍ ପଚ୍; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ବିଜାତଳା ହାଟ ପାଖ ରୁ  ବିଜାତଳା ଉପରସାହି ଗାଁ ରାସ୍ତା ବର୍ଷା ଯୋଗୁଁ କାଦୁଅ ପଚ୍ ପଚ୍ ।ରାସ୍ତା ହୋଇଛି ଵେହାଲ ଏଵଂ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି | ବର୍ଷା ଯୋଗୁଁ ଏହି ମାଟି ରାସ୍ତାଟି କାଦୁଅରେ ପଚପଚ କରୁଥିବାରୁ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସନ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବାବେଳେ, ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଲୋକମାନଙ୍କୁ ନାକେଦମ କରୁଛି |ସୂଚନା ଯେ ବିଜାତଳା ବ୍ଲକ ଅଧ୍ୟକ୍ଷl ରାଣୀ ମୁର୍ମୁ ଙ୍କ ଘର ବିଜାତଳା ଉପର ସାହି ରେ l ଏହି ରାସ୍ତାରେ ପଡେ ବିଜାତଳା ରାଜସ୍ୱ ନିରୀକ୍ଷକ କାର୍ଯାଳୟ lରାଜସ୍ୱ ନିରୀକ୍ଷକ କାର୍ଯାଳୟ ଦୈନିକ ୨୦ରୁ ୩୦ଜଣ ନିଜ ନିଜ କାମ ପାଇଁ ଆସନ୍ତି ଏବଂ  ରାସ୍ତା ଦେଖିଲେ ମୁଣ୍ଡ ହାତ ଦିଅନ୍ତି lଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ,କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଉପରସାହି ବାସୀ ଦାବି କରିଛନ୍ତି ।
Shrutilipi ad