Img 20250902 wa0204

ଓସ୍ୱାସ ବ୍ୟବସ୍ଥାର ସୁଚାରୁ କାର୍ଯ୍ୟକାରିତା ପାଇଁ ତାଲିମ କାର୍ଯ୍ୟକ୍ରମ

ରାଜ୍ୟ

ବାରିପଦା : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ଓସ୍ୱାସ ବ୍ୟବସ୍ଥାର ସୁଗମ କାର୍ଯ୍ୟକାରିତା ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପାଇଁ ଆଭାସୀ ଜରିଆରେ ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର ୨ଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ସ୍ତରୀୟ ଅଧିକାରୀ ମାନେ ସମ୍ପୃକ୍ତ ବ୍ଲକ ଓସ୍ୱାନ ହଲରେ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଓସ୍ୱାସ ବ୍ୟବସ୍ଥାର ଉପାଦେୟତା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଆଗାମୀ ସମୟରେ ଜିଲ୍ଲାର ସମସ୍ତ ବିଭାଗର ଫାଇଲ କାର୍ଯ୍ୟ ଅନ ଲାଇନ ମାଧ୍ୟମରେ ବିଭିନ୍ନ ସ୍ତର ଦେଇ ଗତିଶୀଳ ହୋଇ ଅନୁମୋଦିତ ହେବ ଏବଂ ସମୟର ସଠିକ ଉପଯୋଗ ହୋଇ ପାରିବ ବୋଲି ଉଲ୍ଲେଖ କରିଥିଲେ।

ଏହାପରେ ଭୁବନେଶ୍ୱରରୁ ଅନଲାଇନ ମାଧ୍ୟମରେ ଓସ୍ୱାସରେ ଫାଇଲର ପର୍ଯାୟକ୍ରମ ଗତିଶୀଳତା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଥିଲା। ଏହାପରେ ପ୍ରଶ୍ନ ଉତ୍ତର ସେସନରେ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ବିଭିନ୍ନ ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ସନ୍ଦେହ ମୋଚନ କରିଥିଲେ।

ଜିଲ୍ଲା ଇ- ଗଭର୍ନେନ୍ସ ର ପରିଚାଳିକା ଶ୍ରୀମତୀ ସେବତୀ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜିର ତାଲିମ ଶିବିରରେ ବାରିପଦା ଓସ୍ୱାନ ହଲ ଠାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କାର୍ଯ୍ୟାଳୟର ସହାୟକ ମାନେ ଯୋଗ ଦେଇଥିବା ବେଳେ ବ୍ଲକ ଓ ତହସିଲ ଅଧିକାରୀ ଓ ସହାୟକ ମାନେ ବ୍ଲକ ଓସ୍ୱାନରେ ଯୋଡି ହୋଇ ତାଲିମ ଗ୍ରହଣ କରିଥିଲେ |

Shrutilipi ad