Photo for the news of silanyasa

୨ଗୋଟି ଗ୍ରାମ୍ୟ ସଡ଼କର ଶିଳାନ୍ୟାସ

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଡିଆ ଓ ନିଳୋକ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଗୋଟି ରାସ୍ତାର ଶିଳାନ୍ୟାସ ହୋଇଯାଇଛି । ନିଳୋକ ପଚାଂୟତରେ ୪ କୋଟି ୨୩ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳରେ ୪.୯ କିମି ଦୈର୍ଘ୍ୟ ବିଶିଷ୍ଟ ସାହାଡାପଲ୍ଲୀ ପୂର୍ଭ ବିଭାଗ ରାସ୍ତାରୁ ଓଳମ ରେବ ନଦୀ ଭାୟା ତାଳବାଙ୍କ ମୁଣ୍ଡାସାହି ଏବଂ ଆଡିଆ ପଂଚାୟତରେ ରେ ୩ କୋଟି ୩୬ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ୩କିମି ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ରାସ୍ତା ଆଡିଆ(ଗୋହିରା ଛକ)ରୁ ଭାୟା ଜିରିଣା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ସୁଧାଂଶୁ ଶେଖର ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଣେଶ ହେମ୍ବ୍ରମ, ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁପଣ୍ଡା ସୋରେନ, ସହକାରୀ ଯନ୍ତ୍ରୀ ସୁରଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନିଳୋକ ପଂଚାୟତ ସରପଂଚ ରଜନୀ ସେଠୀ, ପୂର୍ବତନ ସରପଂଚ ଅଶୋକ ମହାନ୍ତି, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ନେତା ଶଙ୍କର୍ଷଣ ଜେନା, ବିଜେଡି ଯୁବନେତା ସ୍ମୃତି ରଞ୍ଜନ ସ୍ୱାଇଁ,ବିଜେପି ଯୁବନେତା ହରେକୃଷ୍ଣ ସେନାପତି,ଆଡିଆ ପଂଚାୟତ ସରପଂଚ ମୀନା କୁମାରୀ ଜେନା, ବନ୍ତ ବିଜେପି ମଣ୍ଡଳ ସଭାପତି ସନ୍ତୋଷ ନାୟକ, ମହତାବ ବିଜେପି ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ବିଜେପି ମହିଳା ନେତ୍ରୀ ପଙ୍କଜିନୀ ଲେଙ୍କା, ପୂର୍ବତନ ସରପଂଚ ଆନନ୍ଦ ଚନ୍ଦ୍ର ଓଝା, ବିଜୟ ଜେନାଙ୍କ ସମେତ ଦୁଇ ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Shrutilipi ad