ଭୁବନେଶ୍ବର:ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍)କୁ ବାଧ୍ୟତାମୂଳକ(TET Mandatory ) କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ ସ୍ୱାର୍ଥ ବି ଦେଖିବାର ଆବଶ୍ୟକତା ରହିଛି । ଏଥିସହ ମନ୍ତ୍ରୀ କହିଛନ୍ତି ଯେ, ସବୁ ଦିଗକୁ ବିଚାର କରିବା ସହ ଶିକ୍ଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ।

