Neet

ପାଠ ପଢିବାକୁ ନଥିଲା ସମ୍ବଳ, ଦିନ ମଜୁରିଆ କ୍ରାକ କଲେ ନିଟ୍ ପରୀକ୍ଷା

ରାଜ୍ୟ

ଖୋର୍ଦ୍ଧା:  ଖୋର୍ଦ୍ଧା ଜିଲ୍ଲା ମେଧାବୀ ଛାତ୍ର ୧୯ ବର୍ଷୀୟ ଶୁଭମ୍ ଶବରଙ୍କର କାହାଣୀ ସାରା ଦେଶରେ ଚର୍ଚ୍ଚିତ । ପଲ୍ଲିରୁ ଦିଲ୍ଲୀ ଶୁଭମଙ୍କ ପ୍ରଶଂସାରେ ଶତମୁଖ । ନିଜେ ଦାଦନ ଖଟି ରୋଜଗାର କରି ଉପାର୍ଜିତ ଅର୍ଥରୁ ପାଇଛନ୍ତି ସଫଳତା ।  ଏଇ ଅଭାବୀ ଘରର ପୁଅ ନିଟ୍ କ୍ରାକ କରିଛି । ଦିନ ମଜୁରିଆ ଭାବେ ବେଙ୍ଗାଲୁରୁରେ କାମ କରୁଥିଲେ ଶୁଭମ । ମାସିକ ରୋଜଗାର ଥିଲା ୧୫ ହଜାର ଟଙ୍କା । ଏବେ ଶୁଭମଙ୍କ ସଫଳତାକୁ ନେଇ ଏବେ ସାରା ଓଡ଼ିଶା ଗର୍ବୀତ ।

ସୂଚନା ଅନୁସାରେ ଜୁନ୍‌ ୧୪ରେ ଶୁଭମ ବେଙ୍ଗାଲୁରୁରେ ନିର୍ମାଣ କାମରେ ବ୍ୟସ୍ତ ଥିଲେ। ସେତେବେଳେ ଓଡ଼ିଶାରୁ ତାଙ୍କର ଜଣେ ଶିକ୍ଷକଙ୍କ ଫୋନ୍‌ ଯାଇଥିଲା। ସେ କହିଲେ, “ଶୁଭମ, ତୁମେ NEET ପାସ୍‌ କରିଛ! ଅଲ ଇଣ୍ଡିଆରେ ୪,୦୦୦ ରାଙ୍କ ରଖିଛ।” ଶୁଭମ ଖୁସିରେ କାନ୍ଦି ପକାଇଲେ। ସେ ତୁରନ୍ତ ବାପା-ମା’ଙ୍କୁ କହିଲେ, “ମୁଁ ଡାକ୍ତର ହେବି!” ଏହାପରେ ସେ ବ୍ରହ୍ମପୁରର ମେଡିକାଲ କଲେଜରେ MBBS ପାଇଁ ନାମ ଲେଖାଇଲେ।

ଖୋର୍ଦ୍ଧା ଜିଲ୍ଲା ମୁଦୁଲିଢିହ ଗ୍ରାମର ପିଲା ଶୁଭମ । ବାପା ସହଦେବ ଶବର ଓ ମାଆ ରଙ୍ଗି ଶବର ପେସାରେ ଚାଷୀ । ଚାଷ କାମରୁ ଚଳେ ପରିବାର । ପରିବାରର ଅଳ୍ପ ରୋଜଗାରରେ ମୁଦୁଲିଢିହ ଗାଁ ନିକଟବର୍ତ୍ତୀ ନିଳାଦ୍ରୀପ୍ରସାଦରେ ସ୍କୁଲ ଶିକ୍ଷା ସାରିଥିଲେ ଶୁଭମ୍‌ । ପରେ ଶୁଭମ୍ ଭୁବନେଶ୍ୱର ବିଜେପି କଲେଜରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଥିଲେ । ହେଲେ ପୁଅର ପାଠପଢା ପାଇଁ ଆବଶ୍ୟକତା ରହିଥିବା ଅର୍ଥ ଖର୍ଚ୍ଚ କରିବାରେ ପରିବାର ବର୍ଗ ସକ୍ଷମ ନଥିଲେ । ତଥାପି ବହୁ କଷ୍ଟରେ ମେଧାବୀ ଶୁଭମ୍‌ +2 ଶିକ୍ଷା ଶେଷ କରିଥିଲେ ।

ଶୁଭମଙ୍କ ମା’ ରଙ୍ଗୀ କହିଛନ୍ତି, “ଆମେ ଜାଣିଥିଲୁ, ପାଠପଢ଼ା ତାର ଜୀବନ ବଦଳାଇବ।” ଶୁଭମଙ୍କ ବାପା ଜଣେ ଛୋଟ ଚାଷୀ । ଖୋର୍ଦ୍ଧାର ମୁଦୁଲିଢିଆ ଗାଁରେ ପରିବାର ସହ ରହୁଥିଲେ। ଘରର ଆର୍ଥିକ ସ୍ଥିତି ଖୁବ୍‌ ଦୁର୍ବଳ। କିନ୍ତୁ ଶୁଭମ ପାଠ ପଢ଼ିବାକୁ ଛାଡ଼ିନଥିଲେ। ସେ କହିଛନ୍ତି, “ମୁଁ ଆମ ଅବସ୍ଥା ଜାଣିଥିଲି । ତଥାପି ମୁଁ ପାଠପଢ଼ା ଜାରି ରଖିଥିଲି।”

ଶୁଭମଙ୍କ ସଫଳତାକୁ ନେଇ ଏବେ ସାରା ଓଡ଼ିଶା ଗର୍ବୀତ । ଅଭିନନ୍ଦନ ଜଣାଇବା ପାଇଁ ଘରକୁ ଛୁଟିଛି ଲୋକଙ୍କ ସୁଅ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃତ ମିଶ୍ର ଜଣାଇଛନ୍ତି ଶୁଭେଚ୍ଛା ।

Shrutilipi ad