Img 20250831 wa0239

ମହା ଦୁର୍ନିତି ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ନିଲମ୍ବନ ପୁରସ୍କାର ଦେଲେ ମୋହନ ସରକାର

ରାଜ୍ୟ
ବାରିପଦା: ଦିନକୁ ଦିନ ସରକାରୀ ମହିଳା ଅଧିକାରିଣୀ ଓ କର୍ମଚାରୀଙ୍କ ମଧ୍ଯରେ ଦୁର୍ନିତି ର ମୋହ ଦିନକୁ ଦିନ ବୃଦ୍ଧି ପାଉଛି ।ସରକାରଙ୍କ ସମସ୍ତ ନିୟମ,ଦୁର୍ନିତି ନିବାରଣ ସପ୍ତାହରେ ଉଚ୍ଚ ସ୍ବରରେ ଦୁର୍ନିତି ହଟାଅ ଶପଥ ନେଇ କାମ କରୁଛନ୍ତି ଓଲଟା ।ନାଲି ଫିତାର ଗଳା ବାଟରେ ପୁଳା ପୁଳା ଟଙ୍କା ଆରାମରେ ଆତ୍ମସାତ କରୁଛନ୍ତି ।କିନ୍ତୁ ସବୁଦିନ ଚାନ୍ଦିନୀ ରାତି ନାହିଁ ।ଆଗରେ ବସିଛି ନାଗଫାଶ ।ଦିନେ ନା ଦିନେ ନାଗଫାଶରେ ପଡିବ ।
ମୟୂରଭଂଜ ଜିଲ୍ଲାର ଯାମଦା ତହସିଲର କାର୍ଯ୍ଯରତ ତହସିଲଦାର ମଧୁସ୍ମିତା ସିଂ ତାଙ୍କ ପୂର୍ବ କର୍ମ ସ୍ଥଳୀ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ପୌରପାଳିକାରେ  କାର୍ଯ୍ୟରେ ଥିବାବେଳେ ୩ କୋଟି ଉର୍ଦ୍ଧ୍ବ   ଟଙ୍କା  ବିଭିନ୍ନ ଯୋଜନାରେ ଅନିୟମିତତା କରି ଦୁର୍ନିତିରେ  ଫସିଛନ୍ତି ।ଯାହାକୁ ଇଡି ତଦନ୍ତ ବେଳେ ଧରାପଡିଛି ।ଏହାକୁ ନେଇ ରାଜ୍ୟ ସରକାର ଗତକାଲି  ରାତି ଅଧିଆ ନିଲମ୍ବନ କରି ତହସିଲଦାରଙ୍କୁ ପୁରସ୍କୃତ କରିଛନ୍ତି ।ଆଜି  ଗଣମାଧ୍ଯମ ପ୍ରତିନିଧି ଏହା ଉପରେ ପ୍ରତିକ୍ରିୟା ନେବାକୁ ଯାମଦା ତହସିଲ କୁ  ଯାଇଥିବାବେଳେ ସେଠାରେ ତହସିଲଦାର  ନିଜ ସରକାରୀ ଗୃହରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଘର ଭିତରେ ଲୁଚି ଯାଇଥିଲେ ଓ ଦେଖା ଦେଇ ନ ଥିଲେ । ଅପରପକ୍ଷରେ ଆଜି ରବିବାର ଛୁଟି ଦିନରେ ଯାମଦା  ତହସିଲ କାର୍ଯ୍ୟାଳୟ ଖୋଲାଥିବାବେଳେ ତହସିଲ କାମ ଚାଲୁ ରହିଥିଲା ।   ସଫେଦ ସାହିବା  ମଧୁସ୍ମିତା ସିଂଙ୍କ ଅସଲି କଳାକାରନାମା ନେଇ ଯାମଦା ଅଞ୍ଚଳରେ  ଛକ ଓ ଚା’ ଖଟି ମାନଙ୍କରେ  ଚର୍ଚା ଚାଲିଛି ।
Shrutilipi ad