Photo for the news of bidayakalina sabha

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଗୋପାଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାନ୍ତିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ସୁଧୀର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ହିରେନ୍ଦ୍ର ଖିଲାର, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପରିଡା,ପଦ୍ମନାଭ ବିନ୍ଧାଣି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂଗଠନ ସମ୍ପାଦକ ରୁପେଶ ସାହୁ, ବନ୍ତ ଶିକ୍ଷକ ସଂଘ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ଜିଲ୍ଲା ଶିକ୍ଷକସଂଘ ଉପସଭାପତି ତପସ୍ୱିନୀ ପହି, ଶିକ୍ଷାବିତ୍ ରତିକାନ୍ତ ମଲ୍ଲିକ,ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ପ୍ରାକ୍ତନ ସଭାପତି ସନାତନ ଦାସ, ବନ୍ତ ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁକାନ୍ତ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମର ଦାଶ, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ କରୁଣା କର ନାୟକ, ସମାଜସେବୀ ରାମଚନ୍ଦ୍ର ତ୍ରିପାଠୀ,ରାମକୃଷ୍ଣ ବାରିକ ପ୍ରମୁଖ ଯୋଗ ଦେଇ ଅବସର ନେଉଥିବା ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାନ୍ତି ଜଣେ ଛାତ୍ର ବତ୍ସବ, ସମୟାନୁବର୍ତ୍ତିତା ସହିତ ଭଲ ଶିକ୍ଷୟତ୍ରୀ ଥିଲେ ବୋଲି କହିଥିଲେ । ଅତିଥି ପରିଚୟ ଶିକ୍ଷକ ନରେନ୍ଦ୍ର ସାହୁ, ଧନ୍ୟବାଦ ଅର୍ପଣ ଶିକ୍ଷକ ଅନିରୁଦ୍ଧ ମଙ୍ଗଳ ପ୍ରଦାନ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସମରେନ୍ଦ୍ର ନାୟକ,ଦେବବ୍ରତ ପାଢ଼ୀ, ମନୋଲିଶା ନାୟକ, ମହେଶ୍ୱତା ମଲ୍ଲିକ, ପୁଷ୍ପ ଲତା ଶଙ୍ଖୁଆ, ଦେବବ୍ରତ ପାଢ଼ୀ, ଝରଣା ସାହାଣୀ, ଗଣେଶ ବାରିକ, ବିଶ୍ୱମ୍ବର ପଣ୍ଡା, ତ୍ରିଲୋଚନ ପରିଡା, ଲଷ୍ମଣ ବାରିକ, ବିଷ୍ଣୁ ପରିଡା, ରମାକାନ୍ତ ବାରିକ, ପ୍ରାୟଙ୍କା ପରିଡାଙ୍କ ସମେତ ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ, ପରିଚାଳନା କମିଟି ସଭ୍ୟ/ସଭ୍ୟାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

Shrutilipi ad