Ag

ସ୍ୱପ୍ନରେ ରହିଗଲା ଆଗରପଡ଼ାକୁ ଏନଏସି ମାନ୍ୟତା

ରାଜ୍ୟ

ଆଗରପଡ଼ା :ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପୂର୍ବ ନବୀନ ସରକାର ଅମଳରୁ ଆଗରପଡ଼ାକୁ ହୋଇ ଆସୁଥିବା ଏନଏସି ମାନ୍ୟତା ଦାବିରେ ମୋହନ ସରକାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏହି ସ୍ୱପ୍ନ ହିଁ ସ୍ୱପ୍ନରେ ରହିଗଲା । କାରଣ ଏହାପରେ ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ ସରକାରୀ ସ୍ତରରେ କରାଯିବ ତେଣୁ ଆଉ ନୂତନ ଏନଏସି ବା ଅନ୍ୟ କିଛି ମାନ୍ୟତା ବର୍ତ୍ତମାନ ମିଳିବା ସମ୍ଭବପର ନୁହେଁ । ନବୀନ ସରକାରଙ୍କ ସମୟରେ ଆଗରପଡ଼ାକୁ ଏନଏସି ମାନ୍ୟତା ପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା ଓ ୭ ନମ୍ବରରେ ଏହି ସ୍ଥାନର ନାଆଁ ରହିଥିଲା । ଓଡ଼ିଶାରେ ଦୁଇ ପର୍ଯ୍ୟାୟରେ ୨୮ଗୋଟି ଏନଏସି ନାଆଁ ସରକାରୀ ଭାବେ ରବିବାର ଘୋଷଣା ସରିଛି । ଆଗରପଡ଼ାକୁ ଏନଏସି ମାନ୍ୟତା ପାଇଁ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ଦାବି କରିଛନ୍ତି ଓ ଏଠାରେ ବିଜେଡି ପକ୍ଷରୁ ଆୟୋଜିତ ସଭାରେ ସେ ମଧ୍ୟ ଯୋଗଦେଇ ଏହି ଦାବିକୁ ସମର୍ଥନ କରିଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଏହି ଦାବିରେ ବନ୍ଦ ଡାକରା ଦିଆ ଯାଇଛି । ଦଳମତ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହୋଇଛନ୍ତି ମାତ୍ର ଏହି ଦାବିକୁ ସରକାର କର୍ଣ୍ଣପାତ କରିଲେ ନାହିଁ । ଯଦ୍ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ଆବଶ୍ୟକୀୟ ଭିତ୍ତିଭୂମି ଥାଇ ଆଗରପଡ଼ା ପ୍ରତି ଏହିପରି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Shrutilipi ad