Img 20250830 wa0237

ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ ଏକ ଦିବାସୀୟ ଅଭିମୁଖୀକରଣ ତାଲିମ କାର୍ଯ୍ୟକ୍ରମ  ଅନୁଷ୍ଠିତ

ରାଜ୍ୟ
ବାରିପଦା – ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ ଏକ ଦିବସୀୟ ଆଭିମୁଖୀକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ଏବଂ ଏ ଡି ଇ ଓ ଶ୍ରୀ ଶାନ୍ତନୁ କୁମାର ନାୟକ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଓ ସ୍ବେଛାସେବୀ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଆଦି କର୍ମଯୋଗୀ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଆକାଂକ୍ଷିତ କାର୍ଯ୍ୟକ୍ରମ ଯେଉଁଥିରେ ଦେଶର ୧୧ କୋଟି ଆଦିବାସୀ ବର୍ଗଙ୍କୁ ସଂଶ୍ଲିଷ୍ଟ କରାଯିବ ଏବଂ ୧ ଲକ୍ଷ ଆଦିବାସୀ ଅଧିଷ୍ୟୁତ ଗ୍ରାମ, ୩୦ ଟି ରାଜ୍ୟ, ୫୦୦ ଜିଲ୍ଲା, ୩୦୦୦ ବ୍ଲକରେ ୨୦ ଲକ୍ଷ କର୍ମଯୋଗୀ ସୃଷ୍ଟି କରାଯିବ। ଆଦି କର୍ମଯୋଗୀ  ଅଭିଯାନର ମୂଳ ଉଦେଶ୍ୟ ହେଉଛି ଆଦିବାସୀ ଅଂଚଳ ରେ ସେବlରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ, କର୍ତ୍ତବ୍ୟନିଷ୍ଠ ଓ ଲୋକାଭିମୁଖୀ କରିବା। ଏମାନେ ଆଦିବାସୀ ସମାଜର ସାହିତ୍ୟ, ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଓ ସ୍ଥାନୀୟ ଅଂଚଳର ଆବଶ୍ୟକତା ଉପରେ ଗଭୀରତାର ସହ ଅନୁଧ୍ୟାନ କରି ଭିଜନ ୨୦୩୦ ପାଇଁ ସେହି ଅଂଚଳର ବିକାଶ ପାଇଁ କାର୍ଯ୍ୟ ଖସଡ଼ା (ଏକ୍ସନ ପ୍ଲାନ) ପ୍ରସ୍ତୁତ କରିବେ ଏବଂ ସରକାରୀ ଯୋଜନା ଗୁଡିକର କିପରି ସୁଚାରୁ କାର୍ଯ୍ୟକାରିତା ହୋଇ ଲୋକଙ୍କ ପାଖରେ ସରକାରୀ ଯୋଜନା ଗୁଡିକ ଶତ ପ୍ରତିଶତ ପହଂଚି ପାରିବ ତାହାର ସୁନିଶ୍ଚିତ କରାଇବା। ଏହାର ସଫଳ ରୂପାୟନ ପାଇଁ ତ୍ରିସ୍ତରୀୟ ଶ୍ରେଣୀ ରେ ବିଭକ୍ତ କରାଯାଇ ଆଦି କର୍ମଯୋଗୀ  ଯେଉଁ ଥିରେ ସରକାରୀ ଅଧିକାରୀ, ଆଦି ସହଯୋଗୀ ଯେଉଁଥିରେ ଶିକ୍ଷକ, ଡାକ୍ତର ଇତ୍ୟାଦି ଓ ତୃତୀୟରେ ଆଦି ସାଥି ଯେଉଁଥିରେ ଅଙ୍ଗନବାଡି କର୍ମୀ, ସ୍ବେଛାସେବୀ ଇତ୍ୟାଦି ମାନେ ଅନ୍ତର୍ଭୁକ୍ତ ହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ। ଜିଲ୍ଲାର ୨୬ ଟି ବ୍ଲକରେ ୧୩୬୩ ଆଦିବାସୀ ବହୁଳ ଗ୍ରାମରେ ଏହି ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥି ମାନେ କାର୍ଯ୍ୟ କରିବେ। ଏଥିପାଇଁ ଜିଲ୍ଳାରେ ୩୩ ଜଣ ମାଷ୍ଟର ଟ୍ରେନର ବ୍ଲକ ସ୍ତରରେ ଏ ଅଭିଯାନ ସମ୍ପର୍କ ରେ ତାଲିମ ପ୍ରଦାନ କରିବେ ଏବଂ ଆଗାମୀ ସମୟରେ ପ୍ରତ୍ୟେକ ଗ୍ରାମକୁ ଏକ ବିକଶିତ ଗ୍ରାମ ଭାବେ ଗଢି ତୋଳିବାକୁ ସମସ୍ତଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ ମାଧ୍ୟମରେ ପ୍ରୟାସ କରାଯିବ।
Shrutilipi ad