ଆଗରପଡ଼ା :ବନ୍ତ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି କ୍ରୀଡ଼ାପତାକା ଉତ୍ତୋଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଶିକ୍ଷାବିତ୍ ଶଶିଶେଖର କରଶର୍ମା, ଶିକ୍ଷାବିତ୍ ଶରତ ଜେନା, ଶିକ୍ଷାବିତ୍ ଜ୍ୟୋସ୍ନାରାଣୀ ଜେନାଙ୍କ ସମେତ କ୍ରୀଡ଼ା ସଂପାଦକ ମନୋଜ ଶଙ୍ଖୁଆ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ଶିକ୍ଷକ ରତିକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଶିକ୍ଷକ ଅଶୋକ ଖିଲାର ଧନ୍ୟବାଦ ଦେଇଥିଲେ । ଏଥିରେ ୩୮ ଗୋଟି ସ୍କୁଲରୁ ଅଂଶଗ୍ରହଣ କରିଥିବା ୩୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୨୦ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଥିଲେ । ବିଚ ଭଲିବଲ,ଭଲିବଲ, ଫୁଟବଲ,କବାଡ଼ି, ସାଇକେଲ ରେସ, ଖୋ-ଖୋ,ବ୍ୟାଡ଼ମିଣ୍ଟନ, ଯୋଗ, ଯୋଗ ଅଲମ୍ପିୟାର୍ଡ଼, ଚେସ ଆଦି କ୍ରୀଡ଼ା ପ୍ରତିଯୋଗୀତା ହୋଇଥିଲା । ଧିରେନ୍ଦ୍ର ଷଡ଼ଙ୍ଗୀ, ଜଗନ୍ନାଥ ଦ୍ୱିବେଦୀ, ବିଦ୍ୟୁତଲତା ଦାସ,ବୀରଭଦ୍ର ପଣ୍ଡା, ଶୁଭଶ୍ରୀ ପତି, ବଳଭଦ୍ର କିଙ୍କର ଜେନା, ଉପମନ୍ୟୁ ଖୁଣ୍ଟିଆ,ଜନ୍ମେଜୟ ନାୟକ, କୋଦଣ୍ଡଧର ସେଠୀ, ଡଲିରାଣୀ ଦାସ, ସ୍ନେହଲତା ଖମାରୀ, ଶମ୍ଭୁନାଥ ମହାନ୍ତି, ସଂଗୀତା ବେହେରା, ଗୀତାଞ୍ଜଳୀ ଚାନ୍ଦ, ଯଶୋବନ୍ତ ସିଂହ, ବିଜୟଲକ୍ଷ୍ମୀ ମଲ୍ଲିକ, ଚିତ୍ରାବତୀ ବେହେରା, ସୁସମା ମଲ୍ଲିକ, ମମିତାବାଳା ନାୟକ, ସୁବୋଧ ପାତ୍ର, ଗଙ୍ଗାଧର ରାଉତ, ଶିଶିର ଶଂଖୁଆ, ଶେଖ ଆଜାରୁଦ୍ଦିନ, ମନୋଜାମଜଂରୀ ଆୟାଜ ଓ ଶୋଭାରାଣୀ ଦାସ ପ୍ରମୁଖ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଭିନ୍ନ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

