Img 20250829 wa0158

ଓଡିଶା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଓ ସଂରକ୍ଷଣ ର ଅଗ୍ରଦୂତ ଥିଲେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ  

ରାଜ୍ୟ
  • ଆମେ ମୟୂର ଭଞ୍ଜିଆ ପକ୍ଷରୁ 132 ତମ ଜୟନ୍ତୀ ଉତ୍ସବ ପାଳିତ
ବାରିପଦା:   ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ, ବିଶିଷ୍ଟ ଐତିହାସିକ ତଥା ସୁ ସାହିତ୍ୟିକ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଙ୍କ 132 ତମ ଜୟନ୍ତୀ ଆମେ ମୟୂର ଭଞ୍ଜିଆ ପକ୍ଷରୁ ପାଳିତ ହୋଇ ଯାଇଛି l ଅଗଷ୍ଟ 29 ତାରିଖ ଶୁକ୍ରବାର ସକାଳ 8 ଘଟିକା ସମୟରେ ସ୍ଥାନୀୟ ଦେଉଳସାହି ଠାରେ ଥିବା ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରା ଯାଇଥିଲା l ଏହା ପରେ ଏକ ପଥ ପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଥିଲା l ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ  ବନ୍ଦେ ବରପୁତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣା ନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପ ନଗର ପାଳ ସୀମା ଦାସ ଏବଂ ଡ଼ ବନଜା ମହାନ୍ତି ଏବଂ ମୁଖ୍ୟବକ୍ତା ଭାବରେ ଡ଼ ଶ୍ୟାମ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇ ଦିବଙ୍ଗତ ବରପୁତ୍ର ଙ୍କ ସ୍ମୃତି ଚାରଣ କରିଥିଲେ l ଓଡିଶା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଓ ସଂରକ୍ଷଣର  ଅଗ୍ରଦୂତ ଭାବେ କାର୍ଯ୍ୟ କରିବା ସହ ଧ୍ବଂସ ସ୍ତୁପ ରୁ ମୟୂରଭଞ୍ଜ ର ପୁରାତନ ରାଜ ଧାନୀ ଖିଚିଂକୋଟ ଏବଂ ହରି ପୁର ଗଡ଼ର ପୁନଃ ଉଦ୍ଧାର ଭଳି ମହତ କାର୍ଯ୍ୟ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କୁ ମୃତ୍ୟୁ ପରେ ମଧ୍ୟ ଜନ ମାନସ ରେ ତାଙ୍କୁ ଅମର କରି ରଖିଛି ବୋଲି ମତ ପ୍ରକାଶ ପାଇଥିଲା l
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସ୍ବର୍ଗତଃ ଆଚାର୍ଯ୍ୟ ଓଡିଶାର  ମୟୂରଭଞ୍ଜ ଜିଲ୍ଲାରେ  ବୈଦ୍ୟପୁର ବ୍ରାହ୍ମଣ ଶାସନରେ ୧୮୯୩ ମସିହା ଅଗଷ୍ଟ 29 ତାରିଖରେ  ଜନ୍ମଗ୍ରହଣ  କରିଥିଲେ l କଲିକତା ବିଶ୍ୱ ବିଦ୍ୟାଳୟ ରେ ଅଧ୍ୟୟନ ପରେ ସେ ଅଧିକ ଗବେଷଣା ଓ ଅଧ୍ୟୟନ ପାଇଁ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ରାଜ ପୃଷ୍ଠପୋଷକତା ପାଇ ପ୍ରତ୍ନତାତ୍ୱିକ ଗବେଷଣା ନିମିତ୍ତ 1934 ରେ ଇଂଲଣ୍ଡ ଯାତ୍ରା କରି ଥିଲେ।
1935 ମସିହାରେ ଭାରତୀୟ ଐତିହାସିକ ରେକର୍ଡ ଆୟୋଗର ସଦସ୍ୟ  ଯୋଗାଯୋଗ ସଦସ୍ୟ   ଭାବରେ ନିଯୁକ୍ତ ହୋଇଥିଲେ।  ପରେ ମୟୂରଭଞ୍ଜ ରାଜ୍ୟ ଓଡିଶା ସହ  ମିଶ୍ରଣ ପରେ
 ଶ୍ରୀ ଆଚାର୍ଯ୍ୟ, ଓଡ଼ିଶା ସରକାର ଙ୍କ ସଂଗ୍ରହାଳୟ ଏବଂ ଅନୁସନ୍ଧାନ ବିଭାଗର  ପ୍ରତ୍ନତତ୍ତ୍ଵ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।
ତାଙ୍କର ଲେଖା ଅନେକ ପୁସ୍ତକ ,ଗବେଷଣାତ୍ମକ ନିବନ୍ଧ  ପୁସ୍ତକ ସହ , ଅନୁସନ୍ଧାନ ଏବଂ ଖନନ ଠାରୁ ଆରମ୍ଭ କରି ତାଙ୍କର ଅବଦାନ ଉଲ୍ଲେଖନୀୟ । ପ୍ରାଗ -ଐତିହାସିକ ଯୁଗର ଆବିଷ୍କାର କରିବାରେ ସେ ହେଉଛନ୍ତି ପ୍ରଥମ ।
ମୟୂରଭଞ୍ଜର ଖିଚିଙ୍ଗ ମନ୍ଦିର ସହ ଭୂବନେଶ୍ବର ର ଅନନ୍ତ ବାସୁଦେବ ମନ୍ଦିର, ଏବଂ ଅନେକ ମନ୍ଦିର   ତାଙ୍କର ପ୍ରତ୍ନତାତ୍ତ୍ୱିକ ଅବଦାନ ର ଅନ୍ୟ ଏକ ବିଭବ ।
୧୯୬୪ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ରେ ଭୂଷିତ କରିଥିଲେ। ଏହି ପୁଣ୍ୟାତ୍ମାଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଦେବାକୁ ଅନ୍ୟ ମାନ ଙ୍କ ମଧ୍ୟରେ ସମାଜ ସେବୀ ବିବେକାନନ୍ଦ ପଟ୍ଟନାୟକ, କୁମାର ରଞ୍ଜନ ପଣ୍ଡା, ରଘୁନାଥ ପଣ୍ଡା, ଉପେନ୍ଦ୍ର କୁମାର ମାଝୀ, କୋମଳ ଲୋଚନ ମହାକୁଡ଼, ଅଶୋକ ବେହେରା, ପ୍ରଦୀପ ମିସ୍ତ୍ରୀ, ମନୋଜ କୁଅଁର, ମନୋଜ କୁମାର ଦାଶ, ସାଇ ପ୍ରକାଶ ମହାନ୍ତି, ଅଶୋକ କୁମାର ଦାସ, ଭଗବତୀ ଦାଶ,  ସୋମନାଥ ସିଂହ, ୟାସ ଆଚାର୍ଯ୍ୟ, ଅଭିଷେକ ଆଚାର୍ଯ୍ୟ, ସନ୍ଦୀପ ଆଚାର୍ଯ୍ୟ, ପଦ୍ମନାଭ ସାହୁ, ସତ୍ୟାନନ୍ଦ ସେଜପଡା, ଅଚ୍ୟୁତ ମହାପାତ୍ର, ସାଇଗୀତା ଭକ୍ତା, ସିଂଗୋ ମୁର୍ମୁ, ଦୁର୍ଗା ପ୍ରସାଦ ମିଶ୍ର, ଲକ୍ଷ୍ମୀ ଧର ଜେନା, ଇଂ ସୁନୀଲ ପ୍ରଧାନ କିଚକ ବେହେରା ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l ଶେଷରେ ଭାନୁମିତ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l
Shrutilipi ad