Photo for the news of chasa

କ୍ଷେତରେ ଷଣ୍ଢ; ଚିନ୍ତାରେ ଚାଷୀ

ରାଜ୍ୟ

ଆଗରପଡ଼ା: ଷଣ୍ଢ ମାନଙ୍କୁ ନେଇ ଚାଷୀମାନେ ତ୍ରାହୀ ତ୍ରାହୀ ଡାକିଲେଣି । ଧାନ କ୍ଷେତରେ ପଶି ସଂଖ୍ୟାଧିକ ଷଣ୍ଢ କ୍ଷେତକୁ ନଷ୍ଟ କରିବାରେ ଲାଗିଛନ୍ତି । ସ୍ଥାନୀୟ ଅଂଚଳର ପ୍ରାୟ ୮୦ ପ୍ରତିଶତ ଲୋକ କେବଳ ଖରିଫ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଧାର କରଜ କରି ଚାଷୀମାନେ ଚାଷ କରିଥାନ୍ତି ଓ ଅମଳ ହେବା ପରେ ଋଣ ପରିଶୋଧ କରିଥାନ୍ତି । ଦୈବୀ ଦୁର୍ବିପାକକୁ ସହ୍ୟ କରିବା ସହ ବର୍ତ୍ତମାନ ଷଣ୍ଢ ମାନଙ୍କ ଦାଉରୁ ଧାନ ଚାଷକୁ ବଂଚାଇବା ପାଇଁ ଯେତେ ପ୍ରକାର କୌଶଳ କଲେ ମଧ୍ୟ ସବୁ ବ୍ୟର୍ଥ ଯାଉଛି । ଚାଷୀମାନେ ପାଳି କରି ଦିନରାତି ଜଗୁଥିଲେ ସୁଦ୍ଧା କିଛି ସୁଫଳ ମିଳିପାରୁ ନାହିଁ । ଏଥିରେ ଚାଷୀମାନେ ଅତିଷ୍ଠ ହୋଇ ପଡ଼ିଲେଣି । କାଞ୍ଜିଆହୁଦା କିମ୍ବା ଗୋଶାଳା ନ ଥିବାରୁ ଚାଷୀମାନେ ଷଣ୍ଢ ମାନଙ୍କୁ ଧରି ରଖିବେ କେଉଁଠି? ତେଣୁ କେବଳ ଷଣ୍ଢ ମାନଙ୍କୁ ଘଉଡ଼ାଇବା ବ୍ୟତୀତ ଅନ୍ୟ କିଛି ବାଟ ନାହିଁ । ସଂଖ୍ୟାଧିକ ଷଣ୍ଢ ସ୍ଥାନୀୟ ଅଂଚଳରେ ଥିବାରୁ ସେମାନଙ୍କୁ ଘଉଡ଼ାଇବା ମଧ୍ୟ ଚାଷୀମାନଙ୍କ ପାଇଁ କାଠିକର ହୋଇ ପଡ଼ୁଛି । ତେଣୁ ଏଠାରେ କାଞ୍ଜିଆହୁଦା କିମ୍ବା ଗୋଶାଳା ପ୍ରତିଷ୍ଠା ପାଇଁ ଯୁବଚାଷୀ ଦୁଖନ ଘଡ଼େଇ,ପ୍ରତାପ କବି,ଉଦ୍ଦୀପ୍ତ ରାୟ ପ୍ରମୁଖ ଦାବି କରିଛନ୍ତି ।

Shrutilipi ad