Img 20250827 wa0176

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହିତ ମହୁଲ ପୋଚ ଜବତ, ୫ ଗିରଫ  

ରାଜ୍ୟ
ବାରିପଦା: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ତିରିଂ ଥାନା ଅନ୍ତର୍ଗତ ବାଡେପୋଟକା, ସୁରଦା, ଯଶିପୁର, ତାରଣା, ସାପଘରା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୪୯୦ ଲିଟର ଦେଶୀ ରନ୍ଧା ମଦ, ୮.୬୪୦ ଲିଟର ବିଦେଶୀ ମଦ, ୧୦.୪୦୦ ଲିଟର ବିୟର ଏବଂ ୮୭୦୦ ଲିଟର ମହୁଲ ପୋଚ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ତିରିଂ ଥାନା ଅନ୍ତର୍ଗତ ବାଡେପୋଟକା ଗ୍ରାମର ମକ୍ରା ପୂର୍ତ୍ତି, ତାରଣା ଗ୍ରାମର ବୈବସୁତ ମଣ୍ଡଳ, ସାପଘରା ଗ୍ରାମର ମନୋଜ ମଣ୍ଡଳ, କୁଦରସାହି ଗ୍ରାମର ସୁକୁମଣୀ ଟୁଡୁ ଓ ବାସିଙ୍ଗି ଗ୍ରାମର ମଧୁସୂଦନ ସାହୁ। ଜବତ ଦେଶୀ ରନ୍ଧା ମଦ, ବିଦେଶୀ ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ସହ ଉପ-ନିରୀକ୍ଷକ ସୁଧାଂଶୁ କୁମାର ବେହେରା, କନେଷ୍ଟବଳ ବୁଦ୍ଧଦେବ ମହନ୍ତ, ଦିଲ୍ଲୀପ କୁମାର ଜେନା, ତମନ ପରିଡା, ସଞ୍ଜୀବ ମହାପାତ୍ର, ଅରୁଣ କୁମାର ମୁଦୁଲି, ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ । ଏନେଇ ବହଳଦା ଅବକାରୀ ଥାନା ପକ୍ଷରୁ ଥାନା ପକ୍ଷରୁ ୦୭ ଗୋଟି ମାମଲା ରୁଜ୍ଜୁ କରାଯାଇଛି l
Shrutilipi ad